ମାଡୁଛି, ଦିନକରେ ୧୧,୦୦୦ ପାର୍
ମାଡୁଛି, ଦିନକରେ ୧୧,୦୦୦ ପାର୍
ଭୁବନେଶ୍ୱର:ଦିନକୁ ଦିନ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୦୦୦ ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୧ହଜାର ୧୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୪୭୯ଜଣ ରହିଥିବାବେଳେ ୪୬୯୮ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୦୨୬ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪ , ଅନୁଗୁଳରୁ ୧୩୨, କଟକରୁ ୮୨୯, ବାଲେଶ୍ୱରରୁ ୩୪୨, ବରଗଡରୁ ୧୨୩, ଭଦ୍ରକରୁ ୯୨, ବଲାଙ୍ଗୀରରୁ ୩୧୨, ବୌଦ୍ଧରୁ ୭୧, ଦେବଗଡରୁ ୨୫, ଢେଙ୍କାନାଳରୁ ୬୫, ଗଜପତିରୁ ୭୩, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୭୯, ଝାରସୁଗୁଡାରୁ ୧୯୩, କଳାହାଣ୍ଡିରୁ୧୭୩, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୭୧, କେନ୍ଦୁଝରରୁ ୬୯, କେରାପୁଟରୁ ୧୫୨, ମାଲକାନାଗିରିରୁ ୪୯, ମୟୂରଭଞ୍ଜରୁ ୨୭୬, ନବରଙ୍ଗପୁରରୁ ୧୫୫, ନୟାଗଡରୁ ୧୫୯, ନୂଆପଡାରୁ ୭୯, ପୁରୀରୁ ୧୪୧, ରାୟଗଡାରୁ ୧୮୪, ସମ୍ବଲପୁରରୁ ୩୭୯, ସୋନପୁରରୁ ୨୩୮, ସୁନ୍ଦରଗଡରୁ ୨୧୩୬ଓ ରାଜ୍ୟପୁଲରୁ ୭୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୩୩ହଜାର ୯୧୨କୁ ବୃଦ୍ଧି ପାଇଛି ।