ମୁଖ୍ୟମନ୍ତ୍ରୀଙ୍କ ବିରୋଦ୍ଧରେ ମାମଲା ରୁଜ୍ଜୁ ପାଇଁ ଏସପିଙ୍କୁ ଭେଟିଲେ ନବନିର୍ମାଣ କୃଷକ ସଙ୍ଗଠନ
ମୁଖ୍ୟମନ୍ତ୍ରୀଙ୍କ ବିରୋଦ୍ଧରେ ମାମଲା ରୁଜ୍ଜୁ ପାଇଁ ଏସପିଙ୍କୁ ଭେଟିଲେ ନବନିର୍ମାଣ କୃଷକ ସଙ୍ଗଠନ
admin
Dec 16, 2019 - 14:04
Updated: Dec 16, 2019 - 14:04
ବାରିପଦା(ଦିଲ୍ଲୀପ ମହାନ୍ତି)- ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ବର୍ତମାନ ନିର୍ବାଚନରେ ଜିତିବା ପରେ ଚାଷୀଙ୍କୁ ଠକିବା ଅଭିଯୋଗ ଆଣି ମୟୂରଭଞ୍ଜ ଆରାକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିକଟରେ ଦାବି ପତ୍ର ଦେଇଛି ଓଡିଶା ନବ ନିର୍ମାଣ କୃଷକ ସଙ୍ଗଠନର ମୟୂରଭଞ୍ଜ ଶାଖାର ସଦସ୍ୟ ଓ ସମର୍ଥକମାନେ । ଏହି ପରିପ୍ରେକ୍ଷୀରେ ନବ ନିର୍ମାଣ କୃଷକ ସଙ୍ଗଠନ ମୟୂରଭଞ୍ଜ ଶାଖା ପକ୍ଷରୁ ଶତାଧିକ କୃଷକ ହାତରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ହାତରେ ବେନର ଓ ପ୍ଲେକାର୍ଡ ଧରି ମଧୁବନ ମିନି ଷ୍ଟାଡିୟମରୁ ରାଲିରେ ବାହାରି ସହର ପରିକ୍ରମା କରି ଆରାକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ଆଗତ ଅଭିଯୋଗ ଆଧାରରେ କାଳିଆ ଯୋଜନାରେ ନିର୍ବାଚନ ପୂର୍ବରୁ ସମସ୍ତ ଚାଷୀଙ୍କୁ ଦଶ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ବର୍ତମାନ କେବଳ ଚାରି ହଜାର ଟଙ୍କା ଦେଉଛନ୍ତି । ଏଥି ସହ ରାଜ୍ୟରେ ମାତ୍ର ଚାଳିଶ ପ୍ରତିଶତ ଚାଷୀ ଏଥିରୁ ଉପକୃତ ହୋଇ ପାରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସିଧା ସଳଖ ଭାବେ ଗରିବ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ଠକି ଥିବାରୁ ତାଙ୍କ ବିରୋଧରେ ଆଇପିସି ଧାରା ୪୦୬, ୪୦୯, ୪୧୫ ଓ ୪୨୦ରେ ମୋକର୍ଦ୍ଦମା ରୁଜୁ କରାଯିବା ନିନାନ୍ତେ ନବ ନିର୍ମାଣ କୃଷକ ସଙ୍ଗଠନ ଦାବି କରିଛି ।