ରାଜ୍ୟରେ ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୦୩ କୁ ବୃଦ୍ଧି।

ରାଜ୍ୟରେ ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୦୩ କୁ ବୃଦ୍ଧି।

ରାଜ୍ୟରେ ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୦୩ କୁ ବୃଦ୍ଧି।
ରାଜ୍ୟରେ ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି ୩ ଜଣ ଆକ୍ରାନ୍ତ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏବଂ ଏମାନଙ୍କର ଟ୍ରାଭେଲ ହିଷ୍ଟ୍ରୀ କଣ ରହିଛି ଏବଂ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ । ତେବେ ଏସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶ ପାଇଛି । ପୂର୍ବରୁ ସୁନ୍ଦରଗଡରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ଆଉ ୩ ଜଣ ପଜିଟିଭ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଂଚିଛି । ତେବେ ନୂଆ ଆକ୍ରାନ୍ତ ପରେ ଓଡିଶାରେ ମୋଟ ପଜିଟିଭ ସଂଖ୍ୟା ୧୦୩ରେ ପହଂଚିଛି । ବର୍ତ୍ତମାନ ଓଡିଶାରେ ମୋଟ ୩୪ ଜଣ କରୋନା ରୋଗୀ ସୁସ୍ଥ ହେବା ପରେ ରାଜ୍ୟ ୧୦ଟି କରୋନା ଆକ୍ରାନ୍ତ ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲା ବର୍ତମାନ କରୋନା ମୁକ୍ତ ହୋଇଛି । ସୁନ୍ଦରଗଡ଼, କଳାହାଣ୍ଡି, କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ସମସ୍ତ ରୋଗୀ ସୁସ୍ଥ ହୋଇଛନ୍ତି ।