ରାଜ୍ୟସଭାରୁ ୩ ଆପ୍ ସାଂସଦ ବହିଷ୍କୃତ

ରାଜ୍ୟସଭାରୁ ୩ ଆପ୍ ସାଂସଦ ବହିଷ୍କୃତ

ରାଜ୍ୟସଭାରୁ ୩ ଆପ୍ ସାଂସଦ ବହିଷ୍କୃତ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଗତକାଲି ସାରା ଦିନ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିବା ପରେ ବୁଧବାର ମଧ୍ୟ ସଂସଦରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ରାଜ୍ୟସଭାରେ ଆଜି ଗୃହକାର୍ୟ୍ୟ ଆରମ୍ଭ ହେବାମାତ୍ରେ ସଭାପତି ଭେଙ୍କେୟା ନାଇଡୁ ଆମ ଆଦମୀ ପାର୍ଟି(ଆପ୍)ର ୩ ଜଣ ସାଂସଦ- ସଞ୍ଜୟ ସିଂ, ଏନଡି ଗୁପ୍ତା ଓ ସୁଶୀଲ ଗୁପ୍ତାଙ୍କୁ ନିଲମ୍ବିତ କରିଛନ୍ତି। ଏହି ସାଂସଦମାନେ ନୂତନ କୃଷି ସୁଧାର ଆଇନକୁ ବାତିଲ କରିବାକୁ ଦାବି କରି ରାଜ୍ୟସଭା ଭିତରେ ସ୍ଲୋଗାନ ଦେଇଥିଲେ। ଏହା ସହ ରାଜ୍ୟସଭା ସଭାପତି କହିଛନ୍ତି, ସଦସ୍ୟମାନେ ଚାମ୍ବର ଭିତରେ ଏଭଳି ଅନୁଚିତ ଗତିବିଧିଠାରୁ ଦୂରେଇ ରହିବା ଦରକାର। ଗୃହ କାର୍ୟ୍ୟର ବିନା କାରଣରେ ରେକର୍ଡିଂ ଓ ସୋସିଆଲ ମିଡିଆରେ ଏହାର ପ୍ରସା ଦ୍ବାରା ବିଶେଷାଧିକାର ହନନ ଓ ଗୃହର ଅବମାନନା ହୋଇପାରେ। ରାଜ୍ୟସଭା ଭିତରେ ମୋବାଇଲ ଫୋନ୍ ବ୍ୟବହାରକୁ ନିଷିଧ ବୋଲି କହିଛନ୍ତି ଭେଙ୍କେୟା ନାଇଡୁ। ସେ କହିଛନ୍ତି, କିଛି ସାଂସଦ ନିଜର ମୋବାଇଲରେ ଗୃହକାର୍ୟ୍ୟର ରେକର୍ଡିଂ କରିଥାନ୍ତି। ଏଭଳି ଆଚରଣ ସଂସଦୀୟ ଶିଷ୍ଟାଚାର ବିରୋଧରେ ରହିଛି।