ରୋଡ ରୋମିଓଙ୍କୁ ଲୋକେ ନିର୍ଧୁମ ଛେଚିଲେ

ରୋଡ ରୋମିଓଙ୍କୁ ଲୋକେ ନିର୍ଧୁମ ଛେଚିଲେ

ରୋଡ ରୋମିଓଙ୍କୁ ଲୋକେ ନିର୍ଧୁମ ଛେଚିଲେ
ଭୁବନେଶ୍ୱର: ରାସ୍ତାରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ୨ ରୋଡ ରୋମିଓଙ୍କୁ ମହଙ୍ଗା ପଡିଛି । ଲୋକେ ନିର୍ଧୁମ ଛେଚି ସହିଦନଗର ଥାନା ପୁଲିସ ଜିମା ଦେଇଛନ୍ତି । ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସାଇନ୍ସ ପାର୍କ ବସ୍ତିର ଲିଙ୍ଗା ଓରଫ ଲିଙ୍ଗରାଜ ନାୟକ ଓ ବୁଲୁ ଓରଫ ବିକାଶ ମଲ୍ଲିକ । ପୁଲିସ ସୂଚନାନୁଯାୟୀ, ସାଇନ୍ସ ପାର୍କ ଅଚଂଳରେ ରହୁଥିବା ପ୍ରିୟଙ୍କା (ଛଦ୍ମନାମ) ନାମ୍ନୀ ଜଣେ ଯୁବତୀଙ୍କୁ ଲିଙ୍ଗା ଓ ବିକାଶ ବାଟରେ ଦେଖି ଅଶ୍ଳୀଳ ଇଙ୍ଗିତ କରୁଥିଲେ । ସେମାନେ ବାଇକରେ ତାଙ୍କ ଘର ଆଗରେ ଚକ୍କର କାଟିଥିଲେ । ପ୍ରିୟଙ୍କା ମାର୍କେଟିଂରେ ଯାଉଥିବାବେଳେ ଲିଙ୍ଗା ଓ ବିକାଶ ତାଙ୍କୁ ବାଟରେ ଅଟକାଇ ପ୍ରେମ ନିବେଦନ କରିବା ସହ ଟଣାଓଟରା କରିଥିଲେ । ପ୍ରିୟଙ୍କାଙ୍କ ପାଟି ଶୁଣି ଆଖପାଖ ଲୋକେ ଉଠି ଆସିଥିଲେ । ପ୍ରିୟଙ୍କାଙ୍କ ଠାରୁ ଘଟଣା ବିଷୟରେ ଜାଣିବା ପରେ ଲିଙ୍ଗା ଓ ବିକାଶଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ସହିଦନଗର ଥାନା ପୁଲିସ ପହଁଚି ଲିଙ୍ଗା ଓ ବିକାଶଙ୍କୁ ଧରି ଥାନାକୁ ନେଇ ଯାଇଥିଲା । ଏନେଇ ପ୍ରିୟଙ୍କା ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।