ରାନୀ ପଣ୍ଡାଙ୍କୁ ଯାତ୍ରା ପେଣ୍ଡାଲ ମନା
ରାନୀ ପଣ୍ଡାଙ୍କୁ ଯାତ୍ରା ପେଣ୍ଡାଲ ମନା
admin
Feb 4, 2020 - 07:05
Updated: Feb 4, 2020 - 07:05
ଭୁବନେଶ୍ୱର : ଆଇଟମ ଗାର୍ଲ ରାନୀ ପଣ୍ଡା ଏବର୍ଷ ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବେ ନାହିଁ । ତାଙ୍କ ନୃତ୍ୟକୁ ନେଇ ବିବାଦ ହେଉଥିବାରୁ ତାଙ୍କୁ ବ୍ୟାନ କରାଯାଇଛି । ଗତବର୍ଷ ଖଣ୍ଡଗିରିରେ ଅର୍ଦ୍ଧନଗ୍ନ ନୃତ୍ୟ ପରିବେଷଣ କରିଥିବାରୁ ରାନୀ ପଣ୍ଡା ବିବାଦ ଘେରକୁ ଚାଲି ଆସିଥିଲେ ।
ଫେବୃଆରୀ ପହିଲାରୁ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଥିବାବେଳେ ଆସନ୍ତା ୫ରୁ ଯାତ୍ରା ଆରମ୍ଭ ହେବ । ୧୦ ଦିନ ଧରି ବିଭିନ୍ନ ପେଣ୍ଡାଲରେ ଆଗଧାଡ଼ିର ଯାତ୍ରାପାର୍ଟିଗୁଡ଼ିକ ନାଟକ ପରିବେଷଣ କରିବେ । ସାଧାରଣତଃ ଖଣ୍ଡଗିରିରେ ଯେଉଁ ଯାତ୍ରା ପାର୍ଟିର ବହି ସୁପରହିଟ ହୋଇଥାଏ, ବର୍ଷ ସାରା ସେହି ଯାତ୍ରା ପାର୍ଟିର ଦବଦବା ଦେଖିବାକୁ ମିଳେ ।
ତେବେ ବ୍ୟାନକୁ ନେଇ ରାନୀ ପଣ୍ଡା କିନ୍ତୁ ମୁହଁ ଖୋଲିଛନ୍ତି । ସିଧାସିଧା କହିଛନ୍ତି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ସେ ନାଚିଲେ ଅନ୍ୟମାନଙ୍କ ବେପାର ବୁଡ଼ିଯିବ ବୋଲି ତାଙ୍କୁ ଷଡ଼ଯନ୍ତ୍ର କରି ବ୍ୟାନ କରାଯାଇଛି । ତେବେ ସେ ଯେଉଁଠି ନାଚିବେ ସେଠି ଖଣ୍ଡଗିରି ମେଳା ହୋଇଯିବ ବୋଲି ଫୁଟାଣି ମାରିଛନ୍ତି ।