ଶବଗୃହରେ ମହିଳାଙ୍କ ଶବକୁ ଖାଇଲା ମୂଷା

ଶବଗୃହରେ ମହିଳାଙ୍କ ଶବକୁ ଖାଇଲା ମୂଷା

ଶବଗୃହରେ ମହିଳାଙ୍କ ଶବକୁ ଖାଇଲା ମୂଷା
ମୋହାଲି : ପଞ୍ଜାବର ମୋହାଲୀକୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେରାବସି ସ୍ଥିତ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଶବଗୃହରୁ ଜଣେ ମହିଳାଙ୍କ ଶବର ଓଠ ଓ କାନକୁ ମୂଷା ଖାଇଦେଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ଅଧିକାର ଓ ହସ୍ପିଟାଲ ପ୍ରଶାସନ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ପରେ ଏହି ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ଉପୁଜିଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି । ମିଳିଥିବା ସୂଚନା ଅନୁସାରେ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଜଣେ ମହିଳା ସର୍ଜରୀ କରିବା ପାଇଁ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିଲେ । କିନ୍ତୁ ସର୍ଜରୀର ଗୋଟିଏ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଶବକୁ ଶବାଗାରରେ ରଖାଯାଇଥିଲା । ତା’ପରଦିନ ମହିଳାଙ୍କ ସମ୍ପର୍କୀୟମାନେ ଉକ୍ତ ମହିଳାଙ୍କ ଶବ ନେବା ପାଇଁ ହସ୍ପିଟାଲରେ ପହଞ୍ଚିବା ପରେ ଦେଖିଲେ ଯେ ଶବକୁ ଘୋଡା ଯାଇଥିବା ଚାଦରଟି ପୂରା ରକ୍ତରେ ଜୁଡୁବୁଡୁ । ଚାଦର କାଢି ଦେଖିବା ବେଳକୁ ମୂଷା ଉକ୍ତ ଶବର ନାକ ଓ ଓଠକୁ ପୂରାପୂରି କାଟି ଦେଇଛି । ଏହି ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଏହାର କୌଣସି ଜବାବ ଦେଇନଥିଲେ । ମହିଳାଙ୍କ ସମ୍ପର୍କୀୟ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶବାଗାରର କୁଲିଂ ସିଷ୍ଟମ୍ ବନ୍ଦ ଥିବାବେଳେ ତାଙ୍କୁ ମୃତ ଶବରୁ କୌଣସି ଅର୍ଗାନ୍ କାଢି ନେଇଥିବାର ସନ୍ଦେହ ହେଉଛି । ଶବକୁ ନେଇ ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନାତକୁ ନେଇ ପୋଲି୍ସ୍ରେ ଅଭିଯୋଗ କରିଥିଲେ ।ତେବେ ଘଟଣା ଉଗ୍ର ରୂପ ନେବା ପରେ ଉକ୍ତ ହସ୍ପିଟାଲରେ ମ୍ୟାନେଜର କହିଛନ୍ତି ଯେ, ଶବାଗାରଟି ହସ୍ପିଟାଲର ବାହାରେ ଥିବାରୁ ସେଠାରେ ମୂଷା ହୋଇଥିବେ । ତେବେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ହସ୍ପିଟାଲର ମ୍ୟାନେଜର୍ ।