ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ବଡକଛାବାସୀଙ୍କ ପାଇଁ ସାତସପନ

ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ବଡକଛାବାସୀଙ୍କ ପାଇଁ ସାତସପନ

ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ବଡକଛାବାସୀଙ୍କ ପାଇଁ ସାତସପନ
କୋକସରା(ଜଗଦିଶ ଚନ୍ଦ୍ର ନାଏକ) - ନିର୍ବାଚନ ସମୟରେ ପ୍ରଚାର ନିମନ୍ତେ ଗାଁ କୁ ନେତା ଆସନ୍ତି, ବିକାଶର ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ଦିର୍ଘବର୍ଷ ହେଲା ଲାଗିରହିଥିବା ସମସ୍ୟା ଏଯାଏଁ ସୁଧୁରିପାରୁ ନାହିଁ । ଫଳରେ ପ୍ରତିଶ୍ରୁତିରେ ରହିଯାଇଛି ଗାଁର ବିକାଶ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡକଛାର (କଛରିଆପଡା) ରେ ଆଜିବି ଲାଗିରହିଛି ବିଭିନ୍ନ ସମସ୍ୟା । ଏହି ଗାଁ କୁ ସବୁଦିନିଆ ରାସ୍ତା ଟିଏ ହୋଇପାରି ନଥିବାବେଳେ ଅତ୍ୟନ୍ତ ଅବହେଲିତ ଅବସ୍ଥାରେ ରାସ୍ତାଟି ପଡିରହିଛି, ଆଉ ଗ୍ରାମବାସୀଙ୍କ ପାଇଁ ସପ୍ନ ହୋଇ ରହିଯାଇଛି ଖଣ୍ଡିଏ ପକ୍କା ରାସ୍ତା । ଗାଁରେ ୨୦ ରୁ ଉର୍ଦ୍ଧ ପରିବାରର ପାଖାପୁଖି ୧୫୦ ଜଣ ଲୋକେ ବସବାସ କରୁଛନ୍ତି, ହେଲେ ବିଭିନ୍ନ ମୌଲିକ ସୁବିଧାରୁ ଆଯିବି ବଞ୍ଚିତ ଏହି ଗ୍ରାମବାସି । ବିଶେଷ କରି ଗମନା ଗମନ କଥା ନକହିବା ଭଲ, ଗାଁରେ ଭଲ ରାସ୍ତା ଟିଏ ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ଭୋଗୁଛନ୍ତି । ୨୦ ଟି ପରିବାରର ଲୋକଙ୍କ ପାଇଁ ଗାଁରେ ରହିଛି ୨ ଟି ନଳକୂପ, ହେଲେ ବର୍ଷା ଓ ଶୀତ ଦିନ କୁ ଛାଡିଦେଲେ ବାକି ସମୟରେ ଜଳକଷ୍ଟ ଦେଖାଯାଇଥାଏ ବୋଲି ଗାଁ ଲୋକେ କୁହନ୍ତି । ଗ୍ରାମ ପଂଚାୟତ କାର୍ୟ୍ୟାଳୟ ଠାରୁ ମାତ୍ର ୪ କି.ମି ପାଖାପୁଖି ଦୂରରେ ଥିବା ଏହି ଗାଁ କୁ ଯିବାକୁ ହେଲେ ପ୍ରଥମେ ପଡିଥାଏ ଏକ ନାଲା, ନାଲାରେ ବ୍ରିଜ୍ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହୋଇ ଦୈନିକ ଯିବା ଆସିବା କରିବାକୁ ପଡିଥାଏ ବୋଲି ଗାଁ ଲୋକେ କୁହନ୍ତି । ସବୁଦିନିଆ ଭଲ ରାସ୍ତା ନଥିବାରୁ ଗ୍ରାମରେ କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ଖଟିଆରେ ବେହିନେବା ବ୍ୟତିତ ଅନ୍ୟ କୌଣସି ରାସ୍ତା ନଥିବାବେଳେ ନାଲା ପାରହେଲେ ଆମ୍ବୁଲାମ୍ସ ସେବା ମିଲିଥାଏ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶାସନ ପାଖରେ ଏହି ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଯୋଗୁଁ ଆଯିବି ଗାଁରେ ସବୁଦିନିଆ ରାସ୍ତାଟିଏ ହୋଇପାରି ନାହିଁ । ଅନ୍ୟପଟେ ଅଙ୍ଗନୱାଡି କେନ୍ଦ୍ରକୁ କୋମଲମତି ଶିଶୁ ମାନେ ରନ୍ଦାଖାଦ୍ୟ, ପ୍ରାକ୍ ବିଦ୍ୟାଳୟ, ଓ ସ୍କୁଲ ନଥିବାରୁ ଛାତ୍ରଛାତ୍ରୀ ମାନେ ୨ କି.ମି ଦୂରରେ ଥିବା ମୁଗୁନାପଡା ଗ୍ରାମକୁ ବହୁ କଷ୍ଟରେ ଯାଇଥାନ୍ତି । ଗାଁର ପ୍ରବେଶ ପଥରେ ଥିବା ଏକ ନାଲାରେ ବ୍ରିଜ୍ ନଥିବାରୁ ବର୍ଷାଦିନେ ନାଲପାଣି ବଢିବା ଯୋଗୁଁ କୋମଲମତି ଶିଶୁ ଅଙ୍ଗନୱାଡି ଯିବାରେ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ବନ୍ଦ ହୋଇଥାଏ । ବର୍ଷବର୍ଷ ଧରି ଏହିସବୁ ସମସ୍ୟା ଲାଗିରହିଥିବା ବେଳେ ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବା ସମୟରେ ଲୋକେ ହଟହଟା ହେଉଥିବା ଦେଖିବାକୁ ମିଲୁଥ୍ଧଶ, ବର୍ଷା ପାଣି ଯୋଗୁଁ ଦିନଦିନ ଧରି ରାସନ ସାମଗ୍ରୀ ଆଣିବା ପାଇଁ ଅପେକ୍ଷା କରିବାକୁ ପଡିଥାଏ ବୋଲି ଗାଁ ଲୋକେ କୁହନ୍ତି । ହେଲେ ଅନେକ ସମୟରେ ଏହି ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିବା ଯୋଗୁଁ ଗ୍ରାମବାସୀ କ୍ଷୋଭପ୍ରକାଶ କରିଛନ୍ତି । ଏହା ବ୍ୟତିତ ଗାଁରେ ଆଜି ପ୍ରର୍ୟ୍ୟନ୍ତ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇ ପରିନାହିଁ, ଫଳରେ ରାତିହେଲେ ନାହିଁ ନଥିବା ସମ୍ମୁଖିନ ଭୋଗିଥାନ୍ତି ଗାଁ ଲୋକେ । ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ଆବାସ ଯୋଜନାରୁ ବଞ୍ôଚତ ହୋଇଥିବା ଅଭିଯୋଗ କରିଛନ୍ତି । ଏଣୁ ଏହି ଗ୍ରାମର ରାସ୍ତା ତଥା ସମସ୍ତ ସମସ୍ୟାର ସମାଧାନ ଶିଘ୍ର କରିବା ସହ ଗାଁରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଟିଏ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବଡକଛାର ଗାଁ ସମସ୍ୟାକୁ ନେଇ ଧର୍ମଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାସ୍ତା ତଥା ଗାଁକୁ ଦେଇ ଯାଇଥିବା ନାଲା ପାଇ ଅର୍ଥ ମଞ୍ଜୁର କରାଯାଇଛି, ବିଦ୍ୟୁତ ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସହିତ କଥା ହୋଇସାରିଛି, କମ୍ ଦିନ ଭିତରେ ସମାଧାନା କରିବେ । ପାନୀୟ ଜଳ ତଥା ଅନ୍ୟନ୍ୟ ସୁଖ ସୁବିଧା ଉପରେ ମୋର ନଜର ଅଛି ବୋଲି କହିଥିଲେ ।