ସୁପ୍ରିମକୋର୍ଟରେ ଅସତ୍ୟ ତଥ୍ୟ ଦିଆଯାଇଛି : ଓକିଲ ସଂଘ
ସୁପ୍ରିମକୋର୍ଟରେ ଅସତ୍ୟ ତଥ୍ୟ ଦିଆଯାଇଛି : ଓକିଲ ସଂଘ
admin
Oct 23, 2019 - 11:44
Updated: Oct 23, 2019 - 11:44
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରଖିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏମିତିକି ବିଚାର ବ୍ୟବସ୍ଥାକୁ ଅଚଳ ଉଦ୍ୟମକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି । ଯଦି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପୁଲିସ ବିଫଳ ହୁଏ ତେବେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ବି କଡ଼ା ଚେତାବନୀ ଦିଆଯାଇଛି ।
ତେବେ ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟକୁ ନେଇ ହାଇକୋର୍ଟ ବାର ଆଭିମୁଖ୍ୟ ପ୍ରତିକ୍ରିୟା ବ୍ୟକ୍ତ କରିଛି । ହାଇକୋର୍ଟ ବାର ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତିଯେ, ଯେଉଁ ଆଧାରରେ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ତାହା ଅମୂଳକ । ଯେଉଁ ତଥ୍ୟ ଆଧାରରେ ରାୟ ଦେଇଛନ୍ତି ତାହାର କିଛି ସତ୍ୟତା ନାହିଁ । ଶିବଶଙ୍କର ମିଶ୍ର ସୁପ୍ରିମକୋର୍ଟରେ ଯାହା କହିଛନ୍ତି ତାହାର ସତ୍ୟତା ନାହିଁ । ଏହା ସମ୍ପୂର୍ଣ୍ଣ ମିଥ୍ୟା । କୌଣସି ପାରା ମିଲିଟାରୀ ଫୋର୍ସ ନେଇ ଆମେ ଭୟଭୀତ ନୋହୁଁ । ଏଥିରେ ସତ୍ୟତା ନଥିବାରୁ କିଛି ପଦକ୍ଷେପ ନିଆଯିବ ନାହିଁ ବୋଲି ଆଶା କରୁଛୁ । ଓଡ଼ିଶା ହାଇକୋର୍ଟ ଏମିତି ଭୁଲକୁ ପ୍ରଶୟ ଦେବେନାହିଁ । ହାଇକୋର୍ଟ ନିଜ ପକ୍ଷରୁ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଆଶା କରୁଥିବା ସେ ପ୍ରକାଶ କରିଛନ୍ତି ।