ସେଓ ର ଉପକାରିତା
ସେଓ ର ଉପକାରିତା
admin
Feb 2, 2020 - 07:51
Updated: Feb 2, 2020 - 07:51
ଇଂରାଜୀରେ ଏକ ଢ଼ଗ ଅଛି ‘ଆନ୍ ଏପଲ ଏ ଡେ, କିପ୍ସ ତ ଡକ୍ଟର ଆୱେ’-ଅର୍ଥାତ ଗୋଟିଏ ସେଓ ଖାଅ ଓ ଡାକ୍ତରଙ୍କୁ ଦୂରରେ ରଖ । ଭିଟାମିନ ଖଣିଜ ତଥା ଶରୀର ପାଇଁ ଆବଶ୍ୟକ ହେଉଥିବା ଯାବତୀୟ ପୋଷକ ତତ୍ତ୍ୱରେ ଭରପୁର ଏହି ସ୍ୱାଦିଷ୍ଟ ଫଳ ସେଓ ପ୍ରାଣୀଜଗତ ପ୍ରତି ଈଶ୍ୱରଙ୍କ ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଅବଦାନ । ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାମିନ୍-ଇ, ଭିଟାମିନ୍-କେ, ଭିଟାମିନ-ବି ୧, ଭିଟାମିନ ବି ୬, ଖଣିଜ ଓ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ, ସୋଡିୟମ ପ୍ରଭୃତି ସହ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ ରହିଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ମଧ୍ୟ ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ ।
ମସ୍ତିଷ୍କ ଉପରେ ପଡୁଥିବା ବୟସର ପ୍ରଭାବ ହ୍ରାସ କରେ ।
ଏଥିରେ ଥିବା କ୍ୱାରସିଟିନ କୋଷକୁ କବଚ ପରି ରକ୍ଷା କରେ । ନିୟମିତ ଖାଇଲେ କର୍କଟ ରୋଗର ଆଶଙ୍କା ହ୍ରାସ ପାଏ ।
ମଧୁମେହ (ଟାଇପ୍-୨) ର ଆଶଙ୍କା ପ୍ରତିହତ କରେ ।
ଶରୀରରେ କୋଲେଷ୍ଟ୍ରରଲ ମାତ୍ରା ସ୍ୱାଭାବିକ କରେ ।
ଯକୃତ ସୁସ୍ଥ ରଖେ ଓ ରୋଗ ସଂକ୍ରମଣରୁ ରକ୍ଷା କରେ ।
ଦାନ୍ତ ଓ ମାଢ଼ିକୁ ମଜବୁତ କରେ ।
ଅନାବଶ୍ୟକ ଓଜନ ବଢ଼ିବାକୁ ଦିଏ ନାହିଁ ।
ଝାଡ଼ା, କୋଷ୍ଠକାଠିନ୍ୟ ଏବଂ ଦାନ୍ତ ବ୍ୟଥା ଦୂର କରେ ।
ମୁହଁରେ ବାର୍ଦ୍ଧକ୍ୟଜନିତ ଭାଙ୍ଗ ଓ ଦାଗକୁ ହଟାଇବାରେ ସହାୟକ ହୁଏ ।
ରକ୍ତହୀନତା ଦୂର କରେ ଏବଂ ନୂତନ କୋଷିକା ସୃଷ୍ଟି କରେ ।