ସ୍ମୃତିରେ ବି. ଆର ଚୋପ୍ରା : ଜାଣନ୍ତୁ କେମିତି ଜଣେ କଳାକାରର ଜିଦ ଆଗରେ ନଇଁଥିଲେ ନିର୍ମାତା

ସ୍ମୃତିରେ ବି. ଆର ଚୋପ୍ରା : ଜାଣନ୍ତୁ କେମିତି ଜଣେ କଳାକାରର ଜିଦ ଆଗରେ ନଇଁଥିଲେ ନିର୍ମାତା

ସ୍ମୃତିରେ ବି. ଆର ଚୋପ୍ରା : ଜାଣନ୍ତୁ କେମିତି ଜଣେ କଳାକାରର ଜିଦ ଆଗରେ ନଇଁଥିଲେ ନିର୍ମାତା
ମୁମ୍ବାଇ : କାହାଣୀ ଏବଂ ଏହାର ପ୍ରତି ଚରିତ୍ର ନିଜର ଭାଗ୍ୟ ସହିତ ଜନ୍ମ ନେଇଥାଏ । ସଠିକ ସମୟରେ ସଠିକ ବ୍ୟକ୍ତି ପାଖରେ ମଧ୍ୟ ଏହି ଚରିତ୍ର ପହଞ୍ଚି ଯାଇଥାଏ । ଯେପରି ଜଞ୍ଜିର ଚଳଚିତ୍ରର ଇନ୍ସପେକ୍ଟର ବିଜୟ ଖନ୍ନା ଚରିତ୍ର ଅନେକ ନାମକରା ଅଭିନେତା ଛାଡିବା ପରେ ଅମିତାଭଙ୍କୁ ମିଳିଥିଲା ସେହିପରି ଆଉଏକ କାହାଣୀ ମଧ୍ୟ ଘଟିଥିଲା । ବଳିଉଡର ଅନ୍ୟତମ ଶ୍ରେଷ୍ଠ ନିଦେ୍ର୍ଧଶକ ଏବଂ ନିର୍ମାତା ବି. ଆର ଚୋପ୍ରାଙ୍କ ୧୨ ତମ ଶ୍ରାଦ୍ଧବାର୍ଷିକୀରେ ଆସନ୍ତୁ ନଜର ପକାଇବା ସେହି ସ୍ୱଳ୍ପ ଆଲୋଚିତ କାହାଣୀ ଉପରେ । ୧୯୭୩ ମସିହାରେ ଏକ ଫିଲ୍ମର ନିର୍ମାଣ ସମୟରେ କିପରି ଚୋପ୍ରା ଦୁଇ ଜଣ ନାମୀ କଳାକାରଙ୍କୁ ଛାଡି ଜଣେ ଅନାମଧେୟ କଳାକାରଙ୍କୁ ରୋଲ ପ୍ରଦାନ କରିଥିଲେ । ୧୯୭୩ ମସିହାରେ ଚୋପ୍ରା ଏକ ଫିଲ୍ମ ନିର୍ମାଣ କରୁଥିଲେ । ସେହି ସମୟରେ ଏଫଟିଆଇ ପୁନେର ଜଣେ ଛାତ୍ରଙ୍କୁ କାମ ଦେବାର ପ୍ରତିଶ୍ରୁତି ଦେଇଥିଲେ ଚୋପ୍ରା । ଫିଲ୍ମ ନିର୍ମାଣ ଖବର ପାଇ ନବଗତ ଜଣକ କାମ ମାଗିବା ପାଇଁ ତାଙ୍କ ନିକଟରେ ପହଞ୍ଚନ୍ତି । ଫିଲ୍ମର କାହାଣୀ ଥିଲା ଏହିପରି । ସିଂହ ସହିତ ଲଢେଇ କରି ନିଜର ଦୁଇ ଗୋଡ ହରାଇଥିବା ଜଣେ ପତିର କାହାଣୀ ଥିଲା ଫିଲ୍ମରେ । କଥା କଥାରେ ସ୍ୱାମୀ ଜଣକ ରାଗିଯାଏ ଏବଂ ନିଜ ପତ୍ନୀକୁ ନିର୍ଯାତନା ଦେଇଥାଏ । ଶେଷରେ ପତିର ହତ୍ୟା ହୋଇଯାଏ ଏବଂ ପତ୍ନୀ ହତ୍ୟା କରିଛି କି ନାହିଁ ଏହାକୁ ନେଇ କାହାଣୀ ଗତିଶୀଳ ହୁଏ । ଫିଲ୍ମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଥିଲା ମାମଲାର ତଦନ୍ତକାରୀ ଇନ୍ସପେକ୍ଟରଙ୍କର । ଉକ୍ତ କଳାକାରଙ୍କୁ ପୋଲିସ ଭୂମିକା ମିଳୁଥିଲେ ହେଁ ସେ ପତିର ଚରିତ୍ର କରିବା ପାଇଁ ଜିଦ ଧରିଥିଲେ । ସେ ସମୟରେ ଅମିତାଭ ବଚ୍ଚନଙ୍କୁ ଉକ୍ତ ଚରିତ୍ର ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଡେଟସ କାରଣରୁ ଅମିତାଭ ଓହରି ଯିବା ପରେ ଶତ୍ରୁଘ୍ନ ସିହ୍ନାଙ୍କୁ ଏହି ଚରିତ୍ର ଅଫର କରାଯାଇଥିଲା । ତେବେ ଶତ୍ରୁଘ୍ନ ମନା କରିବା ପରେ ପୁନର୍ବାର ଚୋପ୍ରାଙ୍କ ନିକଟରେ ପହଞ୍ଚିଥିଲେ ସେହି ଉଦୀୟମାନ ଯୁବକ । ବାଧ୍ୟ ହୋଇ ଚୋପ୍ରା ଯୁବକଙ୍କୁ ଉକ୍ତ ଚରିତ୍ର ପ୍ରଦାନ କରିଥିଲେ, ଯାହାକି ପରବର୍ତ୍ତୀ ସମୟରେ ଇତିହାସ ପାଲଟି ଯାଇଥିଲା । ଏହି ଫିଲ୍ମଟି ରହିଥିଲା ଧୁନ୍ଦ ଏବଂ କଳାକାର ଜଣକ ଥିଲେ ଡ୍ୟାନି ଡେଞ୍ଜୋପା । ଏହି ଫିଲ୍ମ ପରେ ଡ୍ୟାନି ବଲିଉଡର ଜଣେ ସଫଳ ଅଭିନେତାର ମାନ୍ୟତା ପାଇଥିଲେ ।