ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ; ମୁଖ୍ୟମନ୍ତ୍ରୀ ୩ଟି ସ୍ଥାନରେ ରହି ବ୍ରତ କରିବେ ତିନି ହଜାର ହବିଷ୍ୟାଳୀ
ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ; ମୁଖ୍ୟମନ୍ତ୍ରୀ ୩ଟି ସ୍ଥାନରେ ରହି ବ୍ରତ କରିବେ ତିନି ହଜାର ହବିଷ୍ୟାଳୀ
admin
Oct 15, 2019 - 11:14
Updated: Oct 15, 2019 - 11:14
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ହବିଷ୍ୟାଳୀ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବାକୁ କହିଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପୁରୀରେ ୩ଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ ୯୦୦ ଏବଂ ମୁ୍ୟନିସିପାଲଟି କଲ୍ୟାଣ ମଣ୍ଡପରେ ୬୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ରଟି ବିଦ୍ଧିବଧ ଭାବେ ଉଦ୍ଘାଟିତ ନ ହୋଇଥିଲେ ମଧ୍ୟ ଏଠାରେ ହବିଷ୍ୟାଳୀ ମାନଙ୍କ ପାଇଁ ସୁବନେ୍ଦାବସ୍ତ କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରୁ ହବିଷ୍ୟାଳୀ ମାନଙ୍କୁ ମନ୍ଦିରକୁ ନେବା ଆଣିବା କରିବା ପାଇଁ ୩ଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୂଚନା ଯୋଗ୍ୟ ଯେ ଆଜି ସୁଦ୍ଧା ୨୫୭୭ ଜଣ ହବିଷ୍ୟାଳୀ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇପାରିଛନ୍ତି ଏବଂ ତନ୍ମଧ୍ୟରୁ ୨୧୮୩ ଜଣ ବିଭିନ୍ନ କେନ୍ଦ୍ରରେ ରହି ବ୍ରତ ଆରମ୍ଭ କରିଛନ୍ତି ।
ହବିଷ୍ୟାଳୀ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲାର ୫୦୦ ସରକାରୀ ଅଧିକାରୀ ଓ ଷ୍ଟାଫ, ୧୨୦ ସ୍ୱେଚ୍ଛାସେବୀ ଏବଂ ରେଡକ୍ରସର ୬୦ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ହବିଷ୍ୟାଳୀମାନଙ୍କ ବ୍ରତ ପାଇଁ ସମସ୍ତ ପ୍ରକାର କରାଯାଉଛି । ସେମାନଙ୍କ ରହିବା ବ୍ୟବସ୍ଥା ସହିତ ମହାପ୍ରସାଦ ସେବନ ଏକାଦଶୀ ଦିନ ଫଳ ସେବନ ବ୍ୟବସ୍ଥା ଓ ସଂଧ୍ୟାରେ ପାଲା ଦାଶକାଠିଆ ଓ ପ୍ରବଚନ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ସଂସ୍କୃତି ସଚିବ ଏବଂ ପୁରୀର ବିଧାୟକ ଜୟନ୍ତ ଷଡଙ୍ଗୀ, ଜିଲ୍ଲାପାଳ, ଏସପି ପ୍ରମୁଖ ଉପସ୍ଥିତ ଥିଲେ ।