୧୮୦ରୁ ଅଧିକ ମିଲିସିଆଙ୍କ ଆତ୍ମସମର୍ପଣ
୧୮୦ରୁ ଅଧିକ ମିଲିସିଆଙ୍କ ଆତ୍ମସମର୍ପଣ
ଚିତ୍ରକୋଣ୍ଡା : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ୧୮୦ରୁ ଅଧିକ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ନକ୍ସଲଙ୍କ ଚିନ୍ତାଧାରାଠାରୁ ନିଜକୁ ମୁକ୍ତ ରଖି ଯୋଡ଼ାମ୍ବ ଯନ୍ତ୍ରୀ ପଞ୍ଚାୟତର ଗାଁ ଲୋକେ ଆଜି ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ଏସ୍ଡିପିଓ, ଚିତ୍ରକୋଣ୍ଡା ବିଡିଓ ଏବଂ ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।
ଗାଁ ଲୋକେ ପୂର୍ବରୁ ନକ୍ସଲ ସଂଗଠନ ପାଇଁ କାମ କରିଆସୁଥିଲେ। ଯନ୍ତ୍ରୀ ଅଞ୍ଚଳରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ ପରେ ନକ୍ସଲଙ୍କ ଗଡ ଭୁଶୁଡି ପଡିଲା। ଯାହାଫଳରେ ଅଞ୍ଚଳରେ ହେଉଥିବା ବିକାଶକୁ ଦେଖି ଗାଁ ଲୋକେ ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଗାଁର କିଛି ଯୁବକ ନକ୍ସଲ ଦେଇଥିବା ୟୁନିଫର୍ମକୁ ଜାଳିଥିଲେ। ଏଥିସହ ନକ୍ସଲ ମୁର୍ଦ୍ଦାବାଦ ନାରା ଦେଇଥିବା ଦେଖିବାକୁ ମିଳିଥିଲା।




admin 