୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ : ବଜେଟରେ ୫୦ଟି ବଡ ଘୋଷଣା
୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ : ବଜେଟରେ ୫୦ଟି ବଡ ଘୋଷଣା
admin
Feb 1, 2021 - 08:03
Updated: Feb 1, 2021 - 08:03
୧. ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୬ ବର୍ଷରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।
୨. ଜଳ ଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ଟଙ୍କାର ଘୋଷଣା
୩. ୪୨ଟି ସହରାଂଚଳରେ ବାୟୂ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ୨୨୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ
୪. କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ
୫. ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ । ଗତ ବର୍ଷ ଅପେକ୍ଷା ୧୩୭% ଅଧିକ ।
୬. ନୂଆ ସ୍କା୍ରପେଜ ନୀତି : ବ୍ୟକ୍ତିଗତ ଯାନ କ୍ଷେତ୍ରରେ ୨୦ ବର୍ଷ ଓ ବାଣିଜି୍ୟକ ଯାନ କ୍ଷେତ୍ରରେ ୧୫ ବର୍ଷ । ଅର୍ଥାତ ଯାନ ଏତିକି ବର୍ଷର ହୋଇଥିଲେ ବ୍ୟବହାର ଯୋଗ୍ୟ ହେବ ନାହିଁ ।
୭. ଜାତୀୟ ଭିତିଭୂମି ପାଇପଲାଇନରେ ୧ ଲକ୍ଷ କୋଟି ଟଙ୍କାର ୨୧୭ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ।
୮. ବିକାଶଶୀଳ ଆର୍ଥିକ ସଂସ୍ଥା ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଏକ ବିଲ ସଂସଦରେ ଆଗତ କରାଯିବ ।
୯. ୩ ବର୍ଷ ମଧ୍ୟରେ ୭ଟି ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ
୧୦. ପୁଞ୍ଜି ବ୍ୟୟ ପାଇଁ ୫.୫୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ
୧୧. ରାସ୍ତା ଭିତିଭୂମିର ବିକାଶ ପାଇଁ ଅଧିକ ଅର୍ଥନୀତିକ କରିଡ଼ର ପ୍ରତିଷ୍ଠା କରାଯିବ
୧୨. ଚଳିତ ବର୍ଷ ୧୧ କିଲୋମିଟର ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ
୧୩. ନିର୍ବାଚନକୁ ଆଖି ଆଗରେ ରଖି ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ଜାତୀୟ ରାଜପଥ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରାଯାଇଛି ।
୧୪. ପଶ୍ଚିମବଙ୍ଗ ପାଇଁ ୬୭୫ କିମି ଜାତୀୟ ରାଜପଥ ନିମନ୍ତେ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
୧୫. ରେଳବାଇ ପାଇଁ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି ।
୧୬. ସରକାରୀ ବସ ପାଇଁ କେନ୍ଦ୍ର ସରକାର ଦେବେ ୧୮ ହଜାର କୋଟି ଟଙ୍କା
୧୭. ହାଇଡ୍ରୋଜେନ ଏନର୍ଜି ମିଶନ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀଙ୍କ ଘୋଷଣା । ଗ୍ରୀନ ପାୱାର ଉତ୍ସରୁ ହାଇଡ୍ରୋଜେନ ଉପôାଦନ ପାଇଁ ଘୋଷଣା ।
୧୮. ବନ୍ଦରର ବିକାଶ ପାଇଁ ପିପିପି ମୋଡ଼ରେ ୭ଟି ପ୍ରକଳ୍ପ ପାଇଁ ୨ ହଜାର କୋଟିର ବ୍ୟୟବରାଦ
୧୯. ଜାପାନ ଓ ଇଉରୋପରୁ ଭାରତକୁ ଅଧିକ ଜାହାଜ ଆସିବା ପାଇଁ ଯୋଜନା
୨୦. ଶକ୍ତିକ୍ଷେତ୍ର ପାଇଁ ୩ ଲକ୍ଷ ୫ ହଜାର କୋଟିର ବ୍ୟୟବରାଦ
୨୧. ଆସନ୍ତା ୩ ବର୍ଷ ମଧ୍ୟରେ ଦେଶର ଆଉ ୧୦୦ ସହରରେ ଗ୍ୟାସ ବିତରଣ ନେଟୱର୍କ
୨୨. ଗିଫ୍ଟ ସିଟିରେ କେନ୍ଦ୍ର ସରକାର କରିବେ ବିଶ୍ୱସ୍ତରୀୟ ଫାଇନ ଟେକ ହବ
୨୩. ଜାମ୍ମୁକାଶ୍ମୀରରେ ହେବ ଗ୍ୟାସ ପାଇପଲାଇନ ପ୍ରକଳ୍ପ
୨୪. ସୌର ଶକ୍ତି ନିଗମକୁ ୧ ହଜାର କୋଟି ଓ ନବୀକରଣ ଶକ୍ତି ବିକାଶ ପାଇଁ ୧୫ ଶହ କୋଟିର ବ୍ୟୟବରାଦ
୨୫. ବୀମା କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶ ସୀମା ୪୯%ରୁ ୭୪%କୁ ବୃଦ୍ଧି
୨୬. ସରକାର ବ୍ୟାଙ୍କକୁ ଦିଆଯିବ ୨୦ ହଜାର କୋଟି ଟଙ୍କା
୨୭. ଆସେଟ ରିକନଷ୍ଟ୍ରକ୍ସନ କମ୍ପାନୀ ଓ ଆସେଟ ମ୍ୟାନେଜମେଂଟ କମ୍ପାନୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା
୨୮. ୨ଟି ବେସରକାରୀ ବ୍ୟାଙ୍କ ଓ ଗୋଟିଏ ବେସରକାରୀ ବୀମା କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରାଯିବ
୨୯. ପୁଞ୍ଜି ପ୍ରତ୍ୟାହାରରୁ ୧.୭୫ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
୩୦. ଚାଷୀଙ୍କୁ ୧୬.୫ ଲକ୍ଷ କୋଟିର ଋଣ ପ୍ରଦାନ ଲକ୍ଷ୍ୟ
୩୧. ଗିଗ ଓ ପ୍ଲାଟଫର୍ମ ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ ।
୩୨. ଜାତୀୟ ଶିକ୍ଷା ନୀତି ଆଧାରରେ ୧୫ ହଜାର ବିଦ୍ୟାଳୟର ଗୁଣାତ୍ମକମାନ ବୃଦ୍ଧି କରାଯିବ
୩୩. ଆଉ ୧ କୋଟି ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ
୩୪. ଆସାମ ଓ ପଶ୍ଚିମବଙ୍ଗର ଚା ଚାଷୀଙ୍କ ପାଇଁ ୧ ହଜାର କୋଟିର ବ୍ୟୟବରାଦ
୩୫. ଆସାମ ଓ ପଶ୍ଚିମବଙ୍ଗରେ ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା
୩୬. ୨୦୨୦-୨୧ରେ ବିତୀୟ ନିଅଂଟ ୯.୫% ଥିବାବେଳେ, ୨୦୨୧-୨୨ରେ ତାହା ୬.୮% ହେବବୋଲି ଲକ୍ଷ୍ୟ ରହିଛି ।
୩୭. ୨୦୨୫-୨୬ ସୁଦ୍ଧା ବିତୀୟ ନିଅଂଟ ୫% ମଧ୍ୟରେ ରହିବ ବୋଲି ଆକଳନ
୩୮. ଚଳିତ ଆର୍ଥିକ ବର୍ଷରେ ୩୦.୪୨ ଲକ୍ଷ କୋଟିର ବ୍ୟୟ ଅଟକଳ ଥିବାବେଳେ ତାହା ୩୪.୫୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
୩୫. ଜାତୀୟ ଇ-ବଜାରରେ ଆଉ ୧୦୦୦ ମଣ୍ଡିକୁ ସାମିଲ କରାଯିବ
୩୬. କଂଟିଜେନ୍ସ ଫଣ୍ଡ ୩୦ ହଜାର କୋଟି ଟଙ୍କାକୁ ବୃଦ୍ଧି
୩୭. ଯେଉଁ ବରିଷ୍ଠ ନାଗରିକମାନେ କେବଳ ପେନସନ ଓ ନିଜ ଆୟର ସୁଧରେ ଚଳୁଛନ୍ତି ସେମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ
୩୮. ଟିକସ ଅଡ଼ିଟ ସୀମା ୫ କୋଟିରୁ ୧୦ କୋଟିକୁ ବୃଦ୍ଧି
୩୯. ଆରଇଆଇଟି ଓ ଇନଭିଟସରେ ଡେଭିଡେଣ୍ଡକୁ ଟିଡ଼ିଏସରୁ ବାଦ ଦିଆଯିବ
୪୦. କମ ମୂଲ୍ୟର ଗୃହ ପ୍ରକଳ୍ପ ଉପରେ ଲାଗିବନି ଟିକସ । ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଲାଗୁ ହେବ
୪୧. ସରଳୀକରଣ ହେଲା ଆଇଟି ରିଟର୍ଣ୍ଣ ଦାଖଲ : ପୁଞ୍ଜି ଲାଭ, ବ୍ୟାଙ୍କ ସୁଧ, ପୋଷ୍ଟ ଅଫିସ ସୁଧ ଆଦି ପ୍ରି-ଫିଲିଂ ହେବ
୪୨. ଯେଉଁ କମ୍ପାନୀଗୁଡ଼ିକ ପିଏଫରେ କର୍ମଚାରୀଙ୍କ ଅଂଶ ବିଳମ୍ବରେ ଦାଖଲ କରିବେ ସେହି ନଯୁକ୍ତିଦାତାଙ୍କୁ କୌଣସି ରିହାତି ପ୍ରଦାନ କରାଯିବ ନାହିଁ ।
୪୩. ବୈଦେଶିକ ଅବସରକାଳୀନ ପାଣ୍ଠିରେ ପ୍ରବାସୀ ଭାରତୀୟଙ୍କ ପାଇଁ ଦୁଇଗୁଣା ଟିକସ ବ୍ୟବସ୍ଥା ଉଚ୍ଛେଦ କରାଯିବ ।
୪୪. ତମ୍ବା ସ୍କ୍ରାପ ଉପରେ ସୀମା ଶୁଳ୍କ ୨.୫% ହ୍ରାସ
୪୫. କେତେକ ଅଟୋ ଯନ୍ତ୍ରାଂଶ ଉପରେ ସୀମା ଶୁଳ୍କ ୧୫% ବୃଦ୍ଧି
୪୬. ତୁଳା ସାମଗ୍ରୀ ଉପରେ ୧୦% ଓ ସିଲକ ଉପରେ ୧୫% ସୀମା ଶୁଳ୍କ ବୃଦ୍ଧି
୪୭. ସୋଲାର ଲଣ୍ଠନ ଉପରେ ସୀମା ଶୁଳ୍କ ୫% ହ୍ରାସ
୪୮ : ଆଇଟି ସ୍ଲାବରେ କୌଣସି ପରିବର୍ତନ ନାହିଁ । ଯାହା ଥିଲା ସେଇଆ
୪୯. ନିର୍ମଳାଙ୍କ ବଜେଟ ପରେ ସେନସେକ୍ସ ଓ ନିଫଟି ବଢ଼ିଲା
୫୦. ଫୋକସରେ ସ୍ୱାସ୍ଥ୍ୟ ଓ ଭିତିଭୂମି, ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ବି କେନ୍ଦ୍ର ବଜେଟରେ ଗୁରୁତ୍ୱ