୨୦ ଲକ୍ଷ ୬୯ ହଜାର ହ୍ଵାଟ୍ସଆପ ଆକାଉଣ୍ଟ ରଦ୍ଧ

୨୦ ଲକ୍ଷ ୬୯ ହଜାର ହ୍ଵାଟ୍ସଆପ ଆକାଉଣ୍ଟ ରଦ୍ଧ

୨୦ ଲକ୍ଷ ୬୯ ହଜାର ହ୍ଵାଟ୍ସଆପ ଆକାଉଣ୍ଟ ରଦ୍ଧ

ନୂଆଦିଲ୍ଲୀ :ଭାରତର ନୂଆ ଆଇଟି ନିୟମ ୨୦୨୧କୁ କାର୍ଯ୍ୟକାରୀ କରିବାକୁ ଯାଇ ହ୍ୱାଟସଆପ୍ ଗତ ଅକ୍ଟୋବର ମାସରେ ୨୦ ଲକ୍ଷ ୬୯ ହଜାର ଆକାଉଣ୍ଟ ରଦ୍ଧ କରିଛି । ମେଟା ମାଲିକାନାରେ ଚାଲିଥିବା ଏହି ଫେସବୁକ ଗ୍ରୁପ କମ୍ପାନି ହ୍ୱାଟସଆପ୍ ଅକ୍ଟୋବରରେ ୫୦୦ ଅଭିଯୋଗ ପାଇଥିଲା ଏବଂ ସେଥିରୁ କେବଳ ୧୮ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । 
ନୂଆ ଆଇଟି ନିୟମ ଅନୁଯାୟୀ ହ୍ୱାଟସଆପ୍ ଚତୁର୍ଥ ମାସ ପାଇଁ ଅକ୍ଟୋବରରେ ଏହାର ରିପୋର୍ଟ ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ ଗତ ମେ ମାସରୁ ଦେଶରେ ନୂଆ ଆଇଟି ନିୟମ କାର୍ଯ୍ୟକାରୀ ହେଉଛି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଦୁରୁପଯୋଗକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିଛନ୍ତି । ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ଡିଜିଟାଲ ଫ୍ଲାଟଫର୍ମ ଗୁଡ଼ିକ ପାଇଁ ପ୍ରତିମାସରେ ଏଭଳି ରିପୋର୍ଟ ପ୍ରକାଶକୁ ବଧ୍ୟତାମୂଳକ କରାଯାଇଛି ।