ସୋନୁ ନୁହେଁ ସେ ସୋନିଆ, ଜାଣିବାକୁ ଲାଗିଗଲା ୧୨ ବର୍ଷ

ସୋନୁ ନୁହେଁ ସେ ସୋନିଆ, ଜାଣିବାକୁ ଲାଗିଗଲା ୧୨ ବର୍ଷ

ସୋନୁ ନୁହେଁ ସେ ସୋନିଆ, ଜାଣିବାକୁ ଲାଗିଗଲା ୧୨ ବର୍ଷ
କରାଚୀ: ପାକିସ୍ଥାନର କରାଚୀସ୍ଥିତ ସଫାରୀ ପାର୍କ ଚିଡିଆଖାନାରେ ଗୋଟିଏ ହାତିର ଲିଙ୍ଗ ନିରୂପଣ ପାଇଁ କର୍ତ୍ତୃପକ୍ଷଙ୍କୁ ଲାଗିଛି ଦୀର୍ଘ ୧୨ ବର୍ଷ । ଏହା ସମ୍ଭବ ହେବା ପରେ ହାତୀର ନାଁ ପରିବର୍ତ୍ତନ କରାଯାଇ “ସୋନୁ” ବଦଳରେ “ସୋନିଆ” ରଖାଯାଇଛି । ଚିଡିଆଖାନାରେ ଥିବା ହାତୀର ଲିଙ୍ଗ ନିରୂପଣ କରିବାରେ ବ୍ୟର୍ଥ କର୍ତ୍ତୃପକ୍ଷ ଏହାକୁ ପୁରୁଷ ବୋଲି ଅଦ୍ୟାବଧି ଭାବି ଅସିଥିଲେ ଓ ତା’ର ନାମ ‘ସୋନୁ’ ରଖିଥିଲେ । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସିନ୍ଧୁ ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ଏ ନେଇ ମାମଲା ରୁଜୁ ହୋଇଥିଲା । ଡାକ୍ତର ପ୍ରାଙ୍କ ଗୋରିଜ୍ଙ୍କ ନେତୃତ୍ୱରେ ଜର୍ମାନୀରେ ୬ଜଣିଆ ପ୍ରାଣୀ ରୋଗ ବିଶେଷଜ୍ଞ ସଂପୃକ୍ତ ହାତୀ ସମେତ ମୋଟ ୪ହାତୀଙ୍କର ବିଭିନ୍ନ ଯାଞ୍ଚ କରି ଅଦାଲତରେ କଥିତ ହାତୀ ମହିଳା ବୋଲି ଦର୍ଶାଇଥିଲେ । ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଧଶକ୍ରମେ ଚିଡିଆଖାନା କର୍ତ୍ତୃପକ୍ଷ ହାତୀକୁ ମାଈ ବୋଲି ସ୍ୱକାର କରିଛନ୍ତି । ସୂଚନାଯୋଗ୍ୟ ଯେ ସୋନିଆ ହୋଇଥିବା ସୋନୁକୁ ୨୦୦୯ରେ ଚିଡିଆଖାନା କର୍ତ୍ତୃପକ୍ଷ ତାଞ୍ଜାନିଆରୁ ଆଣିଥିଲେ । ଏହି ହାତୀର ସ୍ୱାସ୍ଥ୍ୟ ଠିକ୍ ନଥିବା ଓ ତାକୁ ଆବଶ୍ୟକତା ଅନୁସାରେ ଖାଦ୍ୟ ଦିଆଯାଉ ନଥିବା ଚିକିସôକ ଦଳ ରିପୋର୍ଟରେ ଉଲ୍ଲେଖ କରିଛିନ୍ତି ।