୨୪ ଘଣ୍ଟାରେ ୩୮ ହଜାର ଆକ୍ରାନ୍ତ, ୪୭୪ ମୃତ : ଦିଲ୍ଲୀରେ ସର୍ବାଧିକ ୯୯

୨୪ ଘଣ୍ଟାରେ ୩୮ ହଜାର ଆକ୍ରାନ୍ତ, ୪୭୪ ମୃତ : ଦିଲ୍ଲୀରେ ସର୍ବାଧିକ ୯୯

୨୪ ଘଣ୍ଟାରେ ୩୮ ହଜାର ଆକ୍ରାନ୍ତ, ୪୭୪ ମୃତ : ଦିଲ୍ଲୀରେ ସର୍ବାଧିକ ୯୯
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ହୋଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଥମିବାର ନାମ ନେଉନାହିଁ । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୮୬୧୭ଟି ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୬୩୯୬ ନୂତନ ମାମଲା ସାମ୍ନାକୁ ଆସିଛି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୯ ଲକ୍ଷ ୧୨ ହଜାର ୯୦୭ରେ ପହଞ୍ଚିଥିବା ବେଳେ ୮୩ ଲକ୍ଷ ୩୫ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୪୭୪ଟି ନୂତନ ମୃତ୍ୟୁ ହୋଇଥିବା ବେଳେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୯୯୩ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୭୩୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୬ ହଜାର ୮୦୫ ରେ ପହଞ୍ଚିଛି । ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଦିଲ୍ଳୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୬୩୯୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିଲ୍ଲୀରେ ୯୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ସରକାର ହଟସ୍ପଟ ଗୁଡିକରେ ଲକଡାଉନ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ପ୍ରତି ଘଣ୍ଟାରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହେଉଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରକାଶ କରିଛନ୍ତି ।