୩,୧୪୧ ଜଣ ଟିକା ନେଇଛନ୍ତି

୩,୧୪୧ ଜଣ ଟିକା ନେଇଛନ୍ତି

୩,୧୪୧ ଜଣ ଟିକା ନେଇଛନ୍ତି
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୮ ହଜାର ୭୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଟିକା ନେଇଛନ୍ତି ୨ ଲକ୍ଷ ୧୧ ହଜାର ୩୪୬ ଜଣ । ହାତରେ ଆଉ ୭ ଦିନ ବାକିଥିବା ବେଳେ ରାଜ୍ୟରେ ଶତ ପ୍ରତିଶତ ଟିକାଦାନ ହେବାକୁ ନେଇ ଆଶଙ୍କା ବଢ଼ିଛି । ଟିକାକରଣ ହାର ବୁଧବାର ୫୧.୧%କୁ ଖସି ହସି ଆସିଛି । ୬,୧୪୩ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୩,୧୪୧ ଜଣ ଟିକା ନେଇଛନ୍ତି । ବାଲେଶ୍ୱର ଏକମାତ୍ର ଜିଲ୍ଲାରେ ଶତ ପ୍ରତିଶତ ଲକ୍ଷ୍ୟକୁ ଟପିଛି । ଭୁବନେଶ୍ୱରରେ ୨୫୬୭ ଜଣଙ୍କୁ ଟିକାଦାନ କରାଯାଇଛି । ଅନୁଗୁଳରେ ୮୦.୯% ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆ ସରିଛି । ବାଲେଶ୍ୱରର ୬୯.୪%, ଭଦ୍ରକରେ ୭୧.୮%, ଢେ଼ଙ୍କାନାଳରେ ୭୬.୩%, ଖୋର୍ଦ୍ଧାରେ ୬୬.୫%, କେନ୍ଦ୍ରାପଡ଼ାରେ ୬୭%, ମୟୂରଭଞ୍ଜରେ ୬୬% ନବରଙ୍ଗପୁରରେ ୭୩% ଓ ଭୁବନେଶ୍ୱରରେ ୬୮% ଟିକା ନେଇଛନ୍ତି । ବଲାଙ୍ଗୀରର ୫୨%, କଟକରେ ୫୦%, ଦେବଗଡ଼ରେ ୫୩%, କେନ୍ଦୁଝରରେ ୪୫% ଓ ସମ୍ବଲପୁରରେ ୫୨% ଟିକାଦାନ ହୋଇଛି ।