୩ ଦିନରେ ୭ ମାଓ କ୍ୟାମ୍ପ ଧ୍ୱଂସ
୩ ଦିନରେ ୭ ମାଓ କ୍ୟାମ୍ପ ଧ୍ୱଂସ
admin
Feb 26, 2021 - 04:57
Updated: Feb 26, 2021 - 04:57
ମାଲକାନାଗିରି : ଗତକାଲି ପୁଣି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରି ସମ୍ପୂର୍ଣ୍ଣ ଧ୍ବସ୍ତ କରିଛି ସୁରକ୍ଷାବାହିନୀ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି। ଏହି ଏନକାଉଣ୍ଟରରେ ଜଣେ ଡି. ଆର୍. ଜି ଯବାନ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ମାଓବାଦୀମାନେ ଗୁଳି ବିନିମୟ କରିଥିଲେ। ଫଳରେ ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଯବାନଙ୍କ ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରି ସମ୍ପୂର୍ଣ୍ଣ ଧ୍ବସ୍ତ କରିଛନ୍ତି ସୁରକ୍ଷାବାହିନୀ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି। ଏହି ଏନକାଉଣ୍ଟରରେ ଜଣେ ଡି ଆର୍ ଜି ଯବାନ ଆହତ ହୋଇଛନ୍ତି।