୫୩୮ ଜୋନରେ ବିଜେଡି, ବିଜେପି ୩୮, କଂଗ୍ରେସ ୩୦
୫୩୮ ଜୋନରେ ବିଜେଡି, ବିଜେପି ୩୮, କଂଗ୍ରେସ ୩୦
ଭୁବନେଶ୍ୱର: ଚାଲିଛି ଦ୍ୱିତୀୟ ଦିନର ଭୋଟ ଗଣତି। ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ । ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ଟ୍ରେଣ୍ଡ ମୁତାବକ ବିଜେଡି ୬୦୮ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୫୩୮ ଜୋନରେ ଆଗୁଆ ଅଛି । ସେହିପରି ବିଜେପି ୩୮ ଓ କଂଗ୍ରେସ ୩୦ ଓ ଅନ୍ୟ ଦଳ ୮ ଜୋନରେ ଆଗୁଆ ଅଛି ।
ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା ।
ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୩୦୦ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ଦିନ ୧୧ଟା ୧୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୮୨ ଜୋନରେ ବିଜେଡି ବିଜୟ ହୋଇଛି । ୧୫ଟି ଜୋନରେ ବିଜେପି ଓ ୧୪ଟିରେ କଂଗ୍ରେସ ବାଜିମାତ୍ କରିଛି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।




admin 