୫ ଲକ୍ଷ ୭୦ ହଜାର ଟଙ୍କା ଲୁଟ ଘଟଣା,୫ଗିରଫ, ୪୯୨୦୦ ଟଙ୍କା ଜବତ
୫ ଲକ୍ଷ ୭୦ ହଜାର ଟଙ୍କା ଲୁଟ ଘଟଣା,୫ଗିରଫ, ୪୯୨୦୦ ଟଙ୍କା ଜବତ
admin
Dec 25, 2019 - 14:58
Updated: Dec 25, 2019 - 14:58
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ ଗ୍ରାମ ନିକଟରେ ଗତ ୧୫ ତାରିଖ ସନ୍ଧ୍ୟା ୬ ଟା ସମୟରେ ୫ ଲକ୍ଷ ୭୦ ହଜାର ଟଙ୍କା ଲୁଟ ଘଟଣାରେ ୫ ଜଣଙ୍କୁ ଗିରଫ କରି ତାର ପର୍ଦ୍ଧାଫାଶ ହୋଇଥିବା ପାଟଣାଗଡ ଉପଖଣ୍ଡ ପୋଲିସ ଅଧିକାରୀ ସୁରେଶ ନାଏକ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅଭିଯୋଗ ମୂତାବକ ଗତ ୧୫ ତାରିଖ କଂଟାବାଞ୍ଜିର ବ୍ୟବସାୟୀ ଅନିଲ ଅଗ୍ରୱାଲ ଙ୍କ ମୁନସୀ ସତ୍ୟନାରାୟଣ ରେଡ୍ଡି ପାଟଣାଗଡ ଏବଂ ବେଲପଡା ଅଂଚଳରୁ ନିଜ ବ୍ୟବସାୟ ସାରି ୫ ଲକ୍ଷ ୭୦ ହଜାର ଟଙ୍କା ସଂଗ୍ରହ କରି ନିଜ ମୋଟରସାଇକେଲ ରେ କଂଟାବାଂଜି ଅଭିମୁଖେ ଯାଉଥିଲେ । ସେହି ସମୟରେ ବେଲପଡା ଥାନା ନୁନହାଡ ଗ୍ରାମ ଶେଷ ମୁଣ୍ଡ କାନୁଟ ତଅଁଲା ଗ୍ରୀଡରେ କିଛି ଦୁର୍ବୃତ ତାଙ୍କୁ ପ୍ରଥମେ ଏକ ଲାଠିରେ ମାଡ ମାରିଥିଲେ । ଗାଡିରୁ ସେ ପଡିଯିବା ପରେ ତାଙ୍କୁ ଏକ ଖଣ୍ଡା ଦେଖାଇ ସେ ଧରିଥିବା ୫ ଲକ୍ଷ ୭୦ ହଜାର ଟଙ୍କା ଧରି ଫେରାର ମାରିଥିଲେ । ଏନେଇ ସତ୍ୟନାରାୟଣ ରେଡ୍ଡି ବେଲପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବେଲପଡା ଥାନା ପୋଲିସ ମାମଲା (କେଶ ନଂ ୨୫୦ /୨୦୧୯) ରୁଜୁ କରିଥିଲେ ଏବଂ ବଲାଙ୍ଗିର ଏସ.ପି. ସନ୍ଦୀପ ମାଡକରଙ୍କ ନିଦେ୍ର୍ଧଶ କ୍ରମେ ପାଟଣାଗଡ ଏସ.ଡି.ପି.ଓ. ସୁରେଶ ନାଏକ ଏବଂ କଂଟାବାଞ୍ଜି ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ଟିମ କରି ତଦନ୍ତ ଚଳାଇଥିଲେ । ତଦନ୍ତ ଆଧାରରେ ସେମାନେ କଂଟାବାଞ୍ଜିର ରିତୁ ମହାନନ୍ଦ, କମଳାକାନ୍ତ ବୋଏ, ରମେଶ ବୋଏ, ବିଷ୍ଣୁ ଭରାସାଗର ଏବଂ ହେମନ୍ତ ଶବରଙ୍କୁ ଗିରଫ କରିଥିଲେ । ସେମାନଙ୍କ ପାଖରୁ ଘଟଣାରେ ବ୍ୟବହୃତ ହୋଇଥିବା ଏକ ବଜାଜ ପ୍ଲାଟିନା ମୋଟର ସାଇକେଲ, ଗୋଟିଏ ଖଣ୍ଡା, ଲାଠି, ୫ଟି ମୋବାଇଲ ଫୋନ ଏବଂ ୪୯୨୦୦ଟଙ୍କା ନଗଦ ଜବତ କରିଥିଲେ । ଗିରଫ ବ୍ୟକ୍ତି ମାନେ ପୋଲିସ ଆଗରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ ଏବଂ ନିଜ ଦୋଷ ସ୍ୱୀକାର କରିଥିଲେ ।