୬୩ ହଜାର ଛୁଇଁବ ସୁନା!

୬୩ ହଜାର ଛୁଇଁବ ସୁନା!

୬୩ ହଜାର ଛୁଇଁବ ସୁନା!
ନୂଆଦିଲ୍ଲୀ: ଅନିଶ୍ଚିତ ବା ସଂକଟ ସମୟରେ ସୁନା ହିଁ ଏକ ପ୍ରକୃଷ୍ଟ ମାଧ୍ୟମ ରହିଛି । ଯେଉଁଥିରେ ନିବେଶ କଲେ ନିବେଶକମାନେ କ୍ଷତିରେ ପଡ଼ିବେ ନାହିଁ । ତେଣୁ କରୋନା ଭଳି ବିଶ୍ୱ ମହାମାରୀ ବେଳେ ବି ସୁନା ଦର ହୁ ହୁ ହୋଇ ବଢ଼ିଥିଲା । ଆସନ୍ତା ବର୍ଷ ସୁନାରେ ନିବେଶ ପରିବାର ବଢ଼ିବାକୁ ଥିବାରୁ ଏହାର ଦାମ ୧୦ ଗ୍ରାମ ପ୍ରତି ୬୩,୦୦୦ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଏବେ ସୁନା ୧୦ ଗ୍ରାମ ପିଛା ପାଖାପାଖି ୫୦,୯୫୦ (୨୪ କ୍ୟାରେଟ) ଟଙ୍କା ରହିଛି । ଆସନ୍ତା ବର୍ଷ ଆମେରିକୀୟ ଡଲାର ଦୁର୍ବଳ ହେବାକୁ ଯାଉଛି । ଘରୋଇ ବଜାରରେ ପୁଣି ପ୍ରୋତ୍ସାହନ ପ୍ୟାକେଜ ଦିଆଯିବା ନେଇ ଆଶା କରାଯାଉଛି । ଖାସ ଏହିଭଳି କିଛି କାରଣ ପାଇଁ ସୁନା ମହଙ୍ଗା ହେବ ବୋଲି କୁହାଯାଉଛି ।