୮୨ଟି ସ୍କୁଲକୁ ନୋଟିସ

୮୨ଟି ସ୍କୁଲକୁ ନୋଟିସ

୮୨ଟି ସ୍କୁଲକୁ ନୋଟିସ
କଟକ: ଚଳିତ ବର୍ଷ ମାଟ୍ରିକରେ ଶୂନ ଫଳ କରିଥିବା ୮୨ଟି ସ୍କୁଲକୁ ନୋଟିସ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ ଗସ୍ତ ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏସବୁ ସ୍କୁଲକୁ ପରିଦର୍ଶନ କରିବେ ବୋଲି ନିଜେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । କେଉଁଠି ସବୁ ଅସୁବିଧା ରହୁଛି ତାକୁ ଅନୁଧ୍ୟାନ କରାଯିବ ବୋଲି ସମୀର କହିଛନ୍ତି । ଶିକ୍ଷା ପଦ୍ଧତିରେ କେତେକ ପରିବର୍ତନର ଆବଶ୍ୟକତା ରହିଛି । ସ୍କୁଲ ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ମାଟ୍ରିକ ପରୀକ୍ଷାରେ ସଂସ୍କାର ପାଇଁ ତର୍ଜମା ଆରମ୍ଭ ହୋଇଛି । ଛାତ୍ରଛାତୀଙ୍କ ରୁଚିକୁ ଦୃଷ୍ଟିରେ ରଖି ସ୍ପୋକନ ଇଂଲିଶି ପାଠ୍ୟକ୍ରମ ସାମିଲ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।