ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଛି : ଧର୍ମେନ୍ଦ୍ର ପ୍ରଧାନ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଛି : ଧର୍ମେନ୍ଦ୍ର ପ୍ରଧାନ

 ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଛି : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: କରୋନା ସମୟରେ ଏବେ ଅଧିକାଂଶ ଲୋକଙ୍କ ଜୀବିକା ଉଜୁଡ଼ି ଯାଇଛି । ଆଉ ଏହି ସମୟରେ ପେଟ୍ରୋଲ ଦର ବୃଦ୍ଧି ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ହୋଇଛି । ଦିନକୁ ଦିନ ପେଟ୍ରୋଲ ଦର ବଢୁଥିବାବେଳେ ଦରବୃଦ୍ଧିରେ ବ୍ରେକ ଲାଗୁନି । ଏବେ ଦର ଏବେ ୧୦୦ ଟଙ୍କା ପାର ହୋଇଛି । ତେବେ ପେଟ୍ରୋଲ ଦର ବୃଦ୍ଧି ପଛର କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ଦୁଇଟି କାରଣ ପାଇଁ ଦେଶରେ ପେଟ୍ରୋଲ ଦାମ ବଢି ଚାଲିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ଟ୍ୟାକ୍ସ ଲଗାଇବାରୁ ଦାମ ବଢିଛି । କରୋନା ପାଇଁ ଖର୍ଚ୍ଚ ବଢିଛି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଟ୍ୟାକ୍ସ ଲଗାଇଛନ୍ତି । ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରକାଶ ଯେ, ମାଲକାନଗିରି ସେଂଚୁରୀ ମାରିଛି ପେଟ୍ରୋଲ ଦର । ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ୮ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୭୪ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ୧୦୧ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ୯୮ଟଙ୍କା ୫୮ ପଇସା ରହିଛି । ତେଲଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।