ଜୋର ଜୁଲମ କରି ବକେୟା ବିଦୁ୍ୟତ ବିଲ ଓ ବିଦୁ୍ୟତ୍ କାଟ ବନ୍ଦ କରାନଗଲେ ଆନେ୍ଦାଳନ : ସଦର କଂଗ୍ରେସ
ଜୋର ଜୁଲମ କରି ବକେୟା ବିଦୁ୍ୟତ ବିଲ ଓ ବିଦୁ୍ୟତ୍ କାଟ ବନ୍ଦ କରାନଗଲେ ଆନେ୍ଦାଳନ : ସଦର କଂଗ୍ରେସ
admin
Mar 22, 2021 - 10:52
Updated: Mar 22, 2021 - 10:52
କଟକ : ଟାଟା କମ୍ପାନୀର ଜୋର ଜୁଲମ କରି ବକେୟା ବିଦୁ୍ୟତ ବିଳ୍ ସଂଗ୍ରହ ଓ ବିଦୁ୍ୟତ୍ କାଟକୁ ବିରୋଧ କରି କଟକ ସଦର କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ନେତୃତତ୍ୱରେ ଏକ ପ୍ରତିନିଧି ଦଳ କଟକ ଇଲକ୍ଟ୍ରିକାଲ ସୁପରିଟେଣ୍ଡ ଇଂଜିନିୟରଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ବେଂଟକାର ସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, କଟକ ସଦର ଅଂଚଳାରେ ବିଦୁ୍ୟତ ବକେୟା ବିଲ ଆଦାୟକୁ ନେଇ ଟାଟା କମ୍ପାନି କରାଯାଉଥିବା ଜୁଲମ ଓ ଜୋରଜବରଦସ୍ତ ହେଉଥିବା ବିଦୁ୍ୟତ୍ କାଟକୁ ନେଇ ଜନସାଧାରଣଙ୍କ ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥା ମାନଙ୍କ ଉପରେ କୋଟି କୋଟି ଟଙ୍କାର ବିଦୁ୍ୟତ୍ ବକେୟା ବାକି ପଡି ରହିଥିବା ବେଳେ ସେମାନଙ୍କର ଲାଇନ କଟା ଯାଉନାହିଁ । କିନ୍ତୁ ଅପରପକ୍ଷରେ ଗରୀବ ଚାଷି , ନିରୀହ ଜନସାଧାରଣଙ୍କ ଉପରେ ପଡି ରହିଥିବା ଖୁଚୁରା ବାକି ଆଦାୟ ପାଇଁ ବିଦୁ୍ୟତ୍ କର୍ତୃପକ୍ଷ ଜୋରଜୁଲମ କରାଉଛନ୍ତି । ବକେୟା ବିଲ ନଦେଇ ପାରିଲେ ଲାଇନ କାଟି ଦିଆଯାଉଛି । ବକେୟା ବିଲ ଆଦାୟକୁ କର୍ତୃପକ୍ଷ ଗୁରୁତ୍ୱ ନଦେଇ ଉପଭୋକ୍ତାଙ୍କ ସକ୍ଷମ ଅନୁଯାୟୀ ଯିଏ ଯେତିକି ପଇଠ କରିପାରିଲେ ତାକୁ ଗ୍ରହଣ କରିବା ଆବଶ୍ୟକ ଏବଂ ବର୍ତମାନ ବିଲକୁ ଗୁରୁତ୍ୱ ଦେଇ କର୍ତୃପକ୍ଷ ବିଲ ଆଦାୟ କରିବା ଉଚିତ୍ । ପ୍ରଶ୍ନ ଉଠେ ଟାଟା କମ୍ପାନି କଣ ବକେୟା ବିଲ୍ ଜୋରଜୁଲମ କରି ଆଦାୟ କରିବା ପାଇଁ ସରକାରଙ୍କ ସହିତ ଚୁକ୍ତି କରିଛନ୍ତି କି ? ଯଦି ନ କରିଛନ୍ତି ତାହାହେଲେ କେଉଁ ପରିପ୍ରେକ୍ଷୀରେ ଟାଟା କମ୍ପାନୀ ବକେୟା ବିଲ ଜନସାଧାଣଙ୍କ ଠାରୁ ଜୋରଜୁଲମ କରି ଆଦାୟ କରୁଛନ୍ତି । ଏହା ଏକ ଧର୍ତବ୍ୟ ଅପରାଧ ବୋଲି ମନେକରି ସରକାର ତୁରନ୍ତ ଟାଟା କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଅପରପକ୍ଷର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଚାଲୁଥିବାରୁ ଲାଇନ କାଟିବା ଦ୍ୱାରା ସେମାନଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହେଉଛି ଫଳରେ ସେମାନଙ୍କର ମାନସିକ ଚାପ ବଢିବା ସହ ପାଠ ପଢା କ୍ଷତିଗ୍ରସ୍ତ ହେଉଛି ଓ ବୟୋଜ୍ୟଷ୍ଠ , ବୃଦ୍ଧ, ବୃଦ୍ଧା ବ୍ୟକ୍ତି ଏବଂ ଅସୁସ୍ଥ ରୋଗୀମାନେ ଘୋର ଯନ୍ତ୍ରଣା ଅନୁଭବ କରୁଛନ୍ତି । କଟକ ସଦର ଏକ ଚାଷ ବହୁଳ ଅଂଚଳ ଅଟେ । ବର୍ତମାନ ଧାନ ଓ ପରିବାର ଅଭାବି ବିକି୍ରର ଶିକାର ହୋଇ ଚାଷୀଭାଇଙ୍କର ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଥିବବେଳେ ସାରାଦେଶ ଓ ରାଜ୍ୟରେ କରୋନା ମାହାମାରୀର ପାଦୃଭାବ ଓ ତାଲାବନ୍ଦ ଦ୍ୱାରା ଉପଭୋକ୍ତାଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ବର୍ତମାନ ବିଦୁ୍ୟତ କର୍ତୃପକ୍ଷଙ୍କର ଜୋରଜୁଲମ କରି ବିୁଦ୍ୟତ ଶୁଳ୍କ ଆଦାୟ କରିବା ଉପଭୋକ୍ତା ତଥା ନିରିହ ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳୀତାବିଡା ସଦୃଶ ପାଲଟିଛି । ଗତ ୬ ମାସ ତଳେ ରାଜ୍ୟସରକାର ୟୁନିଟ ପିଛା ୨୦ ପଇସା ବଢାଇଥିବାବେଳେ ଉପଭୋକ୍ତା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏବେ ୟୁନିଟ୍ ପିଛା ୧.୫୦ ପଇସା ବଢାଇବା ପାଇଁ ସରକାର ମସୁଧ କରୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ପୂର୍ବରୁ ୟୁନିଟ୍ ପିଛା ୫.୨୫ ପଇସା ଥିବାବେଳେ ବଦ୍ଧିତ ବିଜୁଳି ଦର ୬.୭୫ ପଇସା କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ଯଦି ସରକାର ଏହି ହୀନ ଚିନ୍ତାଧାରାରୁ ବିରତ ନ ହୁଅନ୍ତି ତେବେ ଆଗାମୀ ଦିନରେ ଆନେ୍ଦାଳନର ବହ୍ନି ଜଳିବା ଅବଶମ୍ଭାବି ବୋଲି ସଦର କଂଗ୍ରେସ ଦଳ ପକ୍ଷରୁ ଚେତାବନି ଦିଆଯାଇଛି ।
ଉକ୍ତ ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଶଙ୍କର ଦାସ, ବ୍ଲକ କଂଗ୍ରେସ ସଭାପତି ପ୍ରତାପ ମଲ୍ଲିକ , ପ୍ରଭାତ ଖଟୁଆ , ରାମଚନ୍ଦ୍ର ଗୋଚ୍ଛାୟତ , ତୈଲୋକ୍ୟ ରାଉତ , ଅଜୟ ମଲ୍ଲିକ , ଅଜୟ ଦାସ , ଅକ୍ଷୟ ମଲ୍ଲିକ, ଆନନ୍ଦ ବେହେରା, ନରେନ୍ଦ୍ର ମଲ୍ଲିକ , ରିଶି କାଣ୍ଡି, କୈଳାଶ ଚନ୍ଦ୍ର ସାହୁ, ଉମେଶ ମଲ୍ଲିକ , ସୁରେନ୍ଦ୍ର ଆଚାର୍ଯ୍ୟ,େ ତାପସ କୁମାର ପତି, ଯୁବନେତା ମାନସ ପରିଡା, ରକେଶ ସ୍ୱାଇଁ ,ସୁକାନ୍ତ ରାଉତ , ରଞ୍ଜନ ସେନାପତି, ଗୌରବ ସ୍ୱାଇଁ , ତପନ ମହାନ୍ତି, ମିହିର ଦାସ, ବିକାଶ ପଣ୍ଡା, ଅଜୟ କୁମାର ପୃଷ୍ଟି, ମଧୂସୁଦନ ସେନାପତି, ସରୋଜ ଲେଙ୍କା ପ୍ରମୁଖ ସାମିଲ ହୋଇ ଦାବି ଉପସ୍ଥାପନ କରିଥିଲେ ।