ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଧରଣର ଅଦଳ ବଦଳ, ନାରାୟଣ ମୂର୍ତ୍ତିଙ୍କ ଜାମାତା ଋଷି ସୁନାକଙ୍କୁ ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଭାରତୀୟ ବଂଶୋଭବ ରାଜନେତା ତଥା ଇନଫୋସସର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜାମାତା ଋଷି ସୁନାକଙ୍କୁ ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସୁନାକ ବୋରିସ ଜନସନଙ୍କ ମନ୍ତ୍ରିମଣ୍ଡଳରେ ଦ୍ୱିତୀୟ ଭାରତୀୟ ବଂଶୋଭବ ଭାବେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପାଇଛନ୍ତି । ଭାରତୀୟ ବଂଶୋଭବ ପ୍ରୀତି ପଟେଲ ଏବେ ବ୍ରିଟେନ ଗୃହମନ୍ତ୍ରୀ ଅଛନ୍ତି । ଦେଶର ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ଦୁଇ ଜଣ ଭାରତୀୟଙ୍କୁ ଅବସ୍ଥାପିତ କରାଯିବା କୂଟନୈତିକ ଦୃଷ୍ଟିରୁ ମଧ୍ୟ ବେଶ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ୩୯ ବର୍ଷୀୟ ସୁନାକ ପୂର୍ବରୁ ଟ୍ରେଜେରୀ ମୁଖ୍ୟ ସଚିବ ଦାୟିତ୍ୱରେ ଥିଲେ ।