ବ୍ରେନ୍ ଟ୍ୟୁମରର ଲକ୍ଷଣ ଜାଣନ୍ତୁ

ବ୍ରେନ୍ ଟ୍ୟୁମରର ଲକ୍ଷଣ ଜାଣନ୍ତୁ

ଲକ୍ଷଣରୁ ଜାଣନ୍ତୁ ବ୍ରେନ୍‌ ଟ୍ୟୁମର : ମସ୍ତିଷ୍କର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏବେ ମସ୍ତିଷ୍କର ଯେକୌଣସି ଟିସୁରେ ବି ହେଉଛି ବ୍ରେନ୍‌ ଟ୍ୟୁମର । ଏଥିପାଇଁ ଯତ୍ନଶୀଳ ରହିବା ନିହାତି ଆବଶ୍ୟକ । ଖାସ୍‌ କରି ଏହାର ଲକ୍ଷଣକୁ ଚିହ୍ନିବା ଖୁବ୍‌ ଜରୁରୀ । ବ୍ରେନ୍‌ ଟ୍ୟୁମରର ଲକ୍ଷଣ ଏହାର ଆକାର ଉପରେ ନିର୍ଭର କରେ । ସାଧାରଣତ ସକାଳ ସମୟରେ ମୁଣ୍ଡ ବିନ୍ଧା ହେବା, ବିଚଳିତ ହେବା,ବାନ୍ତି ଲାଗିବା,ଦୃଷ୍ଟି ହ୍ରାସ,ଗୋଡ କିମ୍ବା ହାତ ପାରାଲିସିସ୍‌,କଥା ଭୁଲିବା ଓ ଦୁର୍ବଳ ଲାଗିବା ହେଉଛି ଏହାର ଲକ୍ଷଣ । ଏଭଳି ସବୁ ହେୁଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।