ବୁଲି ଯାଆନ୍ତୁ ଉଲାର ଲେକ୍

ବୁଲି ଯାଆନ୍ତୁ ଉଲାର ଲେକ୍

ଉଲ୍ଲାର ଲେକ୍‌ ଜମ୍ମୁ କାଶ୍ମୀରର ବାଣ୍ଡିପୋରା ଜିଲା ଅନ୍ତର୍ଗତ ଏକ ମିଠା ପାଣିର ହ୍ରଦ,ତା’ସାଙ୍ଗକୁ ସ୍ଥାନୀୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ଏଠାକାର ଶାନ୍ତ ପରିବେଶ ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିକ କରିଥାଏ । ଏହି ହ୍ରଦରେ ଥିବା ଜଳ ୨୦୦ବର୍ଗ କି.ମି ପରିବ୍ୟାପ୍ତ ଓ ଲମ୍ବ ୨୪କି.ମି ପରିବ୍ୟାପ୍ତ । ବିଶେଷ କଥା ହେଉଛି ଏହି ହ୍ରଦ ସବୁବେଳେ ବଡ ଦେଖାଯାଏନି । ଏହି ହ୍ରଦ ପର୍ଯ୍ୟଟକମାନଙ୍କ ଆମୋଦପ୍ରମୋଦ ,ବୋଟିଂ,ୱାଟର ସ୍କିଂ ପରି ଜଳକ୍ରୀଡା ପାଇଁ ଉପଯୋଗୀ । ଏହାଛଡା ଏଠାରେ ଅନେକ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳନ୍ତି ।