ଫ୍ରିଜ ପାଣି ପିଇବା ହୋଇପାରେ ସାଂଘାତିକ

ଫ୍ରିଜ ପାଣି ପିଇବା ହୋଇପାରେ ସାଂଘାତିକ

ଅସହ୍ୟ ତାତିରେ ମଣିଷ କଲବଲ ହେଉଥିବା ବେଳେ ଘରେ ପଶି ଫ୍ରିଜ ଖୋଲି ଥଣ୍ଡା ପାଣି ପିଇ ଦେଲେ ମିଳିଥାଏ ପରମ ତୃପ୍ତି। ଥଣ୍ଡା ପାଣି ସଙ୍ଗେସଙ୍ଗେ ଆପଣଙ୍କୁ ଖୁବ୍‌ ଭଲ ଲାଗିଥାଇପାରେ ମାତ୍ର ଆପଣଙ୍କୁ ବହୁ ସାଂଘାତିକ ରୋଗ ହୋଇପାରେ । 

ଫ୍ରିଜରେ ସିଧା ଥଣ୍ଡା ପାଣି ବାହର କରି ପିଇଲେ କେବଳ ଯେ ମେଦବହୁଳତା ବୃଦ୍ଧି ପାଇଥାଏ ତା’ ନୁହେଁ, ଏହାଦ୍ୱାରା ଅଚାନକ ଶରୀରର ତାପମାତ୍ରା ବଦଳୁଥିବାରୁ ବହୁତ କ୍ଷତି ହୋଇଥାଏ। ଅତ୍ୟଧିକ ଥଣ୍ଡା ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ପିଇବା ଦ୍ୱାରା ରକ୍ତ ନଳୀ ସଙ୍କୁଚିତ ହୋଇ ଯାଇଥାଏ। ଏପରି ସ୍ଥିତିରେ ଆମ ଶରୀର ପାଚନ ପ୍ରକ୍ରିୟା କରି ନ ପାରି ତାପମାତ୍ରକୁ ନିୟନ୍ତ୍ରଣ କରିବାକୁ ଲାଗିଥାଏ।

ଥଣ୍ଡା ପାଣି ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହାକୁ ବାଦ ଦେଲେ ଆହୁରି ବହୁ ରୋଗରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ।

ଥଣ୍ଡା ପାଣି ଅତ୍ୟଧିକ ପିଇଲେ ଚର୍ବି ଜମା ହୋଇ ଯାଇଥାଏ। ଏଥିସହ ଏହା ତରଳିବା କଷ୍ଟକର ହୋଇ ପଡ଼ିଥାଏ। ଏହାଦ୍ୱାରା ମୋଟାପଣ କମାଇବା ତଥା ଚର୍ବିକୁ ତରଳାଇବା କାଠିକର ପାଠ ହୋଇ ପଡ଼ିଥାଏ।

ଯଦି ଆପଣ ନିଜ ମେହବହୁଳତା ହ୍ରାସ କରିବାକୁ ଚାହୁଁଛନ୍ତି ତା’ ହେଲେ ନର୍ମାଲ ହାଲକା ଉଷୁମ ପାଣି ପିଇବା ଆରମ୍ଭ କରନ୍ତୁ।ଥଣ୍ଡା ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ପାଚନ ପ୍ରକ୍ରିୟା ଠିକ୍‌ ଭାବେ ନ ହୋଇ ପାରିଲେ ଗ୍ୟାସ୍‌ ଓ ଏସିଡିଟି ସମସ୍ୟା ଦେଖା ଦେଇଥାଏ।