ରୋହିତ ପୁଜାରୀ, ବିଧାୟକ ସୁବ୍ରତ ତରାଇଙ୍କ କୁଶ ପୁତ୍ତଳିକା ଦାହ
ରୋହିତ ପୁଜାରୀ, ବିଧାୟକ ସୁବ୍ରତ ତରାଇଙ୍କ କୁଶ ପୁତ୍ତଳିକା ଦାହ
ରାଉରକେଲା ଛାତ୍ର କଂଗ୍ରେସର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ରାଉରକେଲାଙ୍କ କାର୍ଯ୍ୟାଳୟରେ ଡେପ୍ୟୁଟି କଲେକ୍ଟର ଶ୍ରୀମତୀ ସୁସ୍ମିତା ମିଞ୍ଜଙ୍କୁ ସାକ୍ଷାତ କରି ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଗଲା ଓ ନକଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରିନସପାଲ ସେକ୍ରେଟାରୀ (ଡି.ଏଚ୍.ଇ), ଆଡିଶନାଲ ସେକ୍ରେଟାରୀ (ଡି.ଏଚ୍.ଇ)ଙ୍କୁ ପଠାଗଲା ଓ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀ, ବିଧାୟକ ସୁବ୍ରତ ତରାଇଙ୍କ କୁଶ ପୁତ୍ତଳିକା ଦାହ କରାଗଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ପ୍ରବୋଧ ଦାସ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଥିଲେ କି ଇସ୍ପାତ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ ରାଉରକେଲା ତରଫରୁ ମହାବିଦ୍ୟାଳୟର କର୍ତ୍ତୃ କ୍ଷ, ପରିଚାଳନା କମିଟି ଓ ସରକାରୀ ଦଳ, ଦଳୀୟ ବିଧାୟକଙ୍କ ସଲାସୁତୁରାରେ ଯେଉଁ ଭ୍ରଷ୍ଟାଚାର କରାଯାଉଛି, ତାର ବସ୍ତି ତୃ ବବି ରଣୀ ନମି ୍େନ ର ପଦ୍ରନ କରାଗଲା ।
ଇସ୍ପାତ ସ୍ୱୟଂଶାସତି ମହାବଦି ୍ୟାଳୟର ପ୍େର ଫସର ଶ୍ରୀ ପସ୍ର ନ ୍ନ କମୁ ।ର ଭୋଇ ବେଆଇନ ୍ ଭାବେ ଘରୋଇ ଟ୍ୟୁସନ କରିବା ଓ ପ୍ରତ୍ୟେକ ସେମିଷ୍ଟାରରେ ଉତ୍ତୀର୍ଣ୍ଣ କରାଇଦେବା ପାଇଁ ଅଧିକ ଅର୍ଥ ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି । ଅଧିକ ଅର୍ଥ ପାଇଁ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବାରୁ ସେ ଛାତ୍ରୀ ଜଣକ ବିଜ୍ଞାନ ବିଭାଗ ଛାଡି କଳା ବିଭାଗକୁ ବାଧ୍ୟହୋଇ ବାଛିଥିଲେ । ଏହା ଗତ ୨୦୨୦ ମାର୍ଚ୍ଚରେ କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଆହୁରି ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି, ୧୯୮୮ ମସିହାରେ ଶ୍ରୀ ଭୋଇ ପ୍ରଫେସର ପଦବୀ ପାଇଁ ସାକ୍ଷାତକାର ଦେଇଥିଲେ । କିନ୍ତୁ ୧୯୮୯ରେ ସେ ଏମ୍ଏସ୍ସି ପାସ କରିଥିଲେ ଓ ଅର୍ଥ ତୋଷାରପାତ କରିବାରେ ଅଭିଯୋଗ ମଧ୍ୟ ରହିଛି । ଜୁନ୍ ୨୦୨୨ରେ ନନ୍ଦିଘୋଷ ଟିଭିରେ ମଧ୍ୟ ଏହା ପ୍ରସାରିତ ହୋଇଥିଲା । ଆଇଡି ି ଫଣ୍ଡରୁ ୫ ଲକ୍ଷ ଟଙ୍କା ବୋରିଂରେ ଖର୍ଚ୍ଚ କରାଯାଇଛି, ଯାହା ବଜାର ମୂଲ୍ୟର ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ହେବ । ଅବଶିଷ୍ଟ ଅର୍ଥକୁ ସିଧାସଳଖ କାହା ପକେଟକୁ ଗଲା ବୋଲି ଛାତ୍ରଛାତ୍ରୀ ଓ ରାଉରକେଲାବାସୀ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ରି ଲାବ୍ ପାଇଁ ୨୦୧୯ରେ ୧୯ ଲକ୍ଷ ଟଙ୍କାର ସରଞ୍ଜାମ କିଣାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଲାବ୍ରେ ସେସବୁ ସରଞ୍ଜାମ ଦେଖିବାକୁ ମିଳୁନାହିଁ । ଏହାକୁ ମଧ୍ୟ ଚଳୁ କରିଦିଆଯାଇଛି ବୋଲି ସନ୍ଦେହ ସୃଷ୍ଟି ହେଉଛି । ବିଧାୟକ ଶ୍ରୀ ସୁବ୍ରତ ତରାଇ ପରିଚାଳନା କମିଟିରେ ପୂର୍ବରୁ ସଭାପତି ଦାୟିତ୍ୱରେ ଥିଲେ । ସେତେବେଳ ଠାର ୁ ଏ ପର୍ଯ୍ୟ ନ୍ତ ନଯି କ୍ତୁ େି ର ଅନୟି ମତି ତା ଓ ନଯି କ୍ତୁ େି ର ଭଷ୍ଟ୍ର ।ଚାର ହୋଇଛ ି ।
ଶ୍ରୀ ତରାଇଙ୍କ ପଏି ଭଷୂ ଣ ସେଠୀ ଲାବ୍ ଆଟେଣ୍ଡାଣ୍ଟ ଷ୍ଟାଟିଷ୍ଟିକ୍ ଭାବେ ନିଯୁକ୍ତି ପାଇଛନ୍ତି । କିନ୍ତୁ କଲେଜ ନଯାଇ ଦରମା ପାଉଛନ୍ତି । ବାୟୋମେଟ୍ରିକ୍ରେ ମଧ୍ୟ ତାଙ୍କର ଆଟେଣ୍ଡାନ୍ସ ନାହିଁ । କଷ୍ଣୃ ଚନ୍ଦ ୍ର ପାଣଗି ।୍ର ହୀ ଯଏି କ ି ଲାବ ୍ ଆସଷ୍ଟି ।ଣ୍ଟ ଷ୍ଟାଟଷ୍ଟି କି ୍ । ତାଙ୍କର ମଧ୍ୟ ବାୟୋମେଟକ୍ରି ୍ ଆଟେଣ୍ଡାନ ୍ସ ନାହ ିଁ । ସେ କିନ୍ତୁ ଦରମା ପାଉଛନ୍ତି । ଅଜିତ ମହାରଣା ମଧ୍ୟ ଲାବ୍ ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକ୍ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବି.କମ୍ । କିନ୍ତୁ ବିଏସ୍ସି ଷ୍ଟାଟିଷ୍ଟିକ୍ ହନର୍ସ ହେବାକଥା । ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ରୋହିତ ପୂଜାରୀଙ୍କ ନିକଟକୁ ଯାଇ କଲେଜର ଛାତ୍ରଛାତ୍ରୀମାନେ ସମସ୍ତ ବିଷୟରେ ଅଭିଯୋଗ ଜଣାଇବା ସହ ଲିଖିତ ଭାବେ ପ୍ରଦାନ କରିଥିଲେ । କିନ୍ତୁ କ\'ଣ ପାଇଁ ମନ୍ତ୍ରୀ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ତାହା ତାଙ୍କୁ ଜଣା । ମହାବିଦ୍ୟାଳୟର ପରିଚାଳନା କମିଟି ଶ୍ରୀ ଭୋଇଙ୍କ ନାମରେ ଏତେସବୁ ଅଭିଯୋଗ ଥିବା ସତ୍ତ୍ୱେ ତାଙ୍କ ନାମକୁ ପ୍ରିନ୍ସି ।ଲ ପଦବୀ ପାଇଁ ସରକାରଙ୍କ ନିକଟରେ ସୁ ।ରିଶ କରିଛି କି ରି? ଶ୍ରୀ ତରାଇଙ୍କ ନିକଟରେ କ\'ଣ ଅଛି ଯେ, ମନ୍ତ୍ରୀ, ବିଧାୟକ ଓ ପରିଚାଳନା କମଟି ି ଶ୍ରୀ ଭୋଇଙ୍କ ୁ ଡରଛୁ ନ୍ତ ି । ବିଜେଡି ଦଳର କାର୍ଯ୍ୟକର୍ତ୍ତା କଲେଜ ଭିତରେ କିଭଳି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି? ଜିନ୍ଦାବାଦ ଓ ମୁର୍ଦ୍ଦାବାଦ ନାରା ଦେଉଛନ୍ତି । ତେଣୁ ଭ୍ରଷ୍ଟାଚାର ବାବଦରେ ସ୍ୱତନ୍ତ୍ର ଯାଞ୍ଚ କମିଟି ଗଠନ କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ ଓ ଆଠ ଦିନ ମଧ୍ୟରେ ଯଦି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଛାତ୍ର କଂଗ୍ରେସ ଅମରଣ ଅନସନରେ ବସିବ ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ । ଆଉ ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୋଗଦେଇଥିଲେ ଅଳ୍ପ ସଂଖ୍ୟକ ବିଭାଗ ସଭାପତି ଇଜାଜ ଅଖତର, ଯୁବ ନେତା ଶିବୁ ଦୀପ, ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ବଳିଆରସିଂହ, ପୂର୍ବତନ ଜିଲ୍ଲା କଂଗ୍ରେସ ଉପ-ସଭାପତି ବାସୁଦେବ ବନାର୍ଜି, ପ୍ରଶନ୍ନ କୁମାର ବଳିଆରସିଂହ, ଛାତ୍ରନେତା ସଦାବ ଅହମ୍ମଦ, ଆଦେଶ ସୁନା, ବିଜୟ ଶଙ୍କର ପରୋହିତ, ବାବୁ ବିଶ୍ୱାଳ, ଯୁବନେତା ବାବୁଲି ଢୁଲିଆ, ଉପ-ସଭାପତି ମଇନ ଆଲମ, ସାକିର ହୁସେନ୍, ନିଆଜ ଅହମ୍ମଦ, ଏମ୍ଡି ଇମାମ, ଅକ୍ୱିବ ଖାନ, କରମତ ହୁସେନ, ସିଲୁ ବରାଳ ନାରିନେତ୍ରୀ ଅମ୍ରୀତ କୌର, ଜୁଲୁ ପ୍ରବିନ, ହିତେଶ ଦେହୁରୀ, ଶୁକଦେବ ପଣ୍ଡା, ବିବେକ ସାହୁ, ମୋତିଲାଲ ଦୀପ, ଦିପୁ ଦଳାଇ, ଦିପକ ପଣ୍ଡିତ, କରନ ସୁନା, ଅଭୟ ସୁନା, ବବଲୁ ମହାନନ୍ଦ, ଅଜୟ ବିଶୋଇ, ଅଙ୍କିତ ତନ୍ତି, ଧୋନି ପ୍ରଧାନ, ଶିପୁନ ସାହୁ, ରାହୁଲ ତାଣ୍ଡି, ଶ୍ୟାମ ଦେବ, କ୍ରିଷ୍ଣା ସିଂ ବାରିକ, ଆଲୋକ ରଞ୍ଜନ ବାରିକ, ସୁଲେମାନ, ଶିବା, ଶିମନ୍ତ, ସନି, ଅମନ କୁମାର, ଗଣେଷ ଶର୍ମା, ରାଜେନ୍ଦ୍ର ପାତ୍ର, ଶମିର ସାମନ୍ତରାୟ, ମାନସ ପ୍ରଧାନ, ଗୌରବ ମଲକାର ଓ ବହୁ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଯୋଗଦେଇଥିଲେ ।