ଆୟକର ରିଟର୍ଣ୍ଣ: ଲେଟ୍ ଫି ପାଇଁ ଜୋରିମାନା ଏବଂ ଜେଲ୍
ନୂଆଦିଲ୍ଲୀ : ବେତନଭୋଗୀ ଲୋକଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଧାରିତ ତାରିଖ ୩୧ ଜୁଲାଇରେ ସମାପ୍ତ ହୋଇଯାଇଛି । ତେବେ ଏହି ତାରିଖ ପରେ ମଧ୍ୟ ଏବେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିପାରିନାହାଁନ୍ତି । ଯଦି ଆପଣ ମଧ୍ୟ ସାଲାରୀ ଟ୍ୟାକ୍ସେବଲ ଏବଂ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ପାଇଲ୍ କରିପାରିନାହାଁନ୍ତି ତେବେ ଆପଣଙ୍କୁ ଲେଟ୍ ଫି ପାଇଁ ଜୋରିମାନା ଲାଗିପାରେ ଏବଂ ଜେଲ୍ ମଧ୍ୟ ହୋଇପାରେ । ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ଟପିଯାଇଛନ୍ତି ଏବଂ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ତେବେ ଏହାର କିଛି ପରିଣାମ ଭୋଗିବାକୁ ପଡିପାରେ ।
ଯେଉଁ ଟ୍ୟାକ୍ସପେୟର୍ସ ସମୟ ସୀମା ସୁଦ୍ଧା ନିଜ ଆଇଟିଆର୍ ଦାଖଲ କରିବାରେ ବିଫଳ ରୁହନ୍ତି ସେମାନଙ୍କୁ ଧାରା ୨୩୪ଏଫ୍ ଅନୁସାରେ ୫ ହଜାର ଟଙ୍କା ଜୋରିମାନା ଲାଗିପାରେ । ତେବେ ୫ ଲକ୍ଷ ଟଙ୍କା ବାର୍ଷିକରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଜୋରିମାନା ରାଶି ୧୦୦୦ ଟଙ୍କା ହେବ । ତେବେ ଏହି ଲେଟ୍ ଫି ଦେଇ ୩୧ ଡିସେମ୍ବର ୨୦୨୩ ସୁଦ୍ଧା ଆଇଟିଆର୍ ଦାଖଲ କରାଯାଇହେବ ।
ଭାରତ ସରକାରଙ୍କ ପାଖରେ ସେହି ବେତନଭୋଗୀ ବ୍ୟକ୍ତିଙ୍କ ବିରୁଦ୍ଧରେ ମୋକଦ୍ଦମା ଆରମ୍ଭ କରିବାର କ୍ଷମତା ରହିଛି ଯେଉଁମାନେ ୩୧ ଡିସେମ୍ବର ୨୦୨୩ ସୁଦ୍ଧା ଆଇଟିଆର୍ ଦାଖଲ କରିବାରୁ ବିରତ ରହିଛନ୍ତି। ବର୍ତ୍ତମାନ ଆୟକର ନିୟମରେ ସର୍ବନିମ୍ନ ୬ ମାସର ଜେଲ୍ ଏବଂ ସର୍ବାଧିକ ୭ ବର୍ଷର ଜେଲ୍ ଦଣ୍ଡର ନିୟମ ରହିଛି ।