କୃଷି ଉତ୍ପାଦନରେ ବ ର୍ମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି

କୃଷି ଉତ୍ପାଦନରେ ବ ର୍ମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି

କୃଷି ଉତ୍ପାଦନରେ ବ ର୍ମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି

ଭୁବନେଶ୍ୱର: କୃଷି ଉତ୍ପାଦନରେ ବ ର୍ମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି,
ଚାଷୀ ତା’ର ଉତ୍ପାଦନ ଖର୍ଚ୍ଚର ପ୍ରକୃତ ମୂଲ୍ୟ ପାଇପାରୁନାହିଁ । ସ୍ୱାମୀନାଥନ କମିଟି ସୁପାରିଶ ଆଧାରରେ ଉତ୍ପାଦନ ଖର୍ଚ୍ଚ
ମୂଲ୍ୟରେ ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ୨୦୧୪ସାଧାରଣ ନିର୍ବାଚନରେ ବିଜେପି ଦଳ ଚାଷୀମାନଙ୍କୁ ନିର୍ଭର
ପ୍ରତିଶ୍ରୁତି ଦେଇ ଶାସନକୁ ଆସିଥିଲେ । ଇତି ମଧ୍ୟରେ ଶାସନ ୯ ବର୍ଷ ପୂରିଲାଣି । ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ମୁତାବକ
ଏମଏସପିର ମୂଲ୍ୟବୃଦ୍ଧି କରାଗଲା ନାହିଁ କିମ୍ବା ଏମଏସପିକୁ ଆଇନଗତ ଗ୍ୟାରେ ି ମାନ୍ୟତା ମିଳିଲା ନାହିଁ । ଚଳିତ
ଖରିଫରେ ସରକାର ଧାନ କ୍ୱି ।ଲ ପ୍ରତି ଯେଉଁ ସାମାନ୍ୟତମ ୧୪୩ ଟଙ୍କାର ମୂଲ୍ୟ ବୃଦ୍ଧି କରିଛନ୍ତି ଏହା ନରେନ୍ଦ୍ର ମୋଦି
ସରକାରର ଚାଷୀଙ୍କ ପ୍ରତି ପ୍ରତାରଣା ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ
କହିଛନ୍ତି । ଓଡ଼ିଶା ପ୍ରସଙ୍ଗରେ ୨୦୧୭ ମସିହାରେ ପ୍ରତି କ୍ୱି ।ଲ ଧାନ ଉତ୍ପାଦନରେ ୨୩୪୪ ଟଙ୍କା ଖର୍ଚ୍ଚ କରିବାକୁ
ପଡ଼ୁଥିବାର ଆକଳନ କରାଯାଇଥିଲା । ତଦନୁଯାୟୀ ସେତେବେଳେ ଧାନ କ୍ୱି ।ଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା
ପାଇଁ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ
ସର୍ବଦଳୀୟ ଗୃହ କମିଟିକୁ ସାକ୍ଷାତ ପାଇଁ ସମୟ ଦେଲେନାହିଁ । ଓଡ଼ିଶାର ମୁଖ୍ୟ ଫସଲ ଧାନ । ତେଣୁ ଖର୍ଚ୍ଚ ତୁଳନାରେ
ଏମଏସପିର ସଠିକ୍ ମୂଲ୍ୟ ବୃଦ୍ଧି ନ ହେବା ଯୋଗୁଁ ଚାଷୀ ବହୁ କ୍ଷତିର ସମ୍ମୁଖିନ ହେଉଛନ୍ତି । କେନ୍ଦ୍ର ସରକାର ଏବେ ଧାନ
କ୍ୱି ।ଲ ପ୍ରତି ଏମଏସପିରେ ଯେଉଁ ୧୪୩ ଟଙ୍କା ବୃଦ୍ଧି କରିଛନ୍ତି ଏହା ଚାଷୀର କ୍ଷତି ଭରଣାରେ ଦୀର୍ଘସ୍ଥାୟୀ ସମାଧାନ
ନୁହେଁ କିମ୍ବା ଚାଷୀର ଆୟ ଦୁଇଗୁଣା ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଅବିଳମ୍ବେ ଧାନର
ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସର୍ବଦଳୀୟ ବୈଠକରେ ତୁରନ୍ତ ନିଷ୍ପ ି ନେବାକୁ ଓଡ଼ିଶା
ପ୍ରଦେଶ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ, ଉପାଧ୍ୟକ୍ଷ ଉମେଶ ସାହୁଙ୍କ ସହିତ ବରଗଡ଼ ଜିଲ୍ଲା କିଷାନ
କଂଗ୍ରେସ ସଭାପତି ଗୁଣମଣି ସାହୁ, ବଲାଙ୍ଗିର ସାନନ୍ଦ ମିଶ୍ର, ସୁବର୍ଣ୍ଣପୁର ନରେନ୍ଦ୍ର ପଣ୍ଡା, ବୌଦ୍ଧ ରଘୁନାଥ ପଲିଆ,
କଳାହାଣ୍ଡି ତୁଳେଶ୍ୱର ନାୟକ, ଦେବଗଡ଼ ସନ୍ତୋଷ ସାହୁ, ସମ୍ବଲପୁର ଗୋବିନ୍ଦ ମିଶ୍ର, ଖୋର୍ଦ୍ଦା ବିଶ୍ୱଜିତ୍ ମିଶ୍ର, ମନୋଜ
ନାୟକ, ଅନୁଗୋଳ ଦାଶରଥି ସାହୁ, ମାଲକାନଗିରି ମଙ୍ଗୁ ଖିଲ୍ଲ, କୋରାପୁଟ ଭବାନୀ ଶଙ୍କର ରଥ, ବାଲେଶ୍ୱର ଜୟନ୍ତ
ମହାପାତ୍ର ପ୍ରମୁଖ ଚାଷୀନେତାମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ।
ଅମିୟ କୁମାର ପଟ୍ଟନାୟକ
ଅଧ୍ୟକ୍ଷ
ଧାନର ସାମାନ୍ୟ ଏମଏସପି ବୃଦ୍ଧିରେ ଚାଷୀଙ୍କୁ ପ୍ରତାରିତ