ଆମେ ଏକାଠି ରହିଲେ ବିଜେପିର ହାରିବା ନିଶ୍ଚିତ: ରାହୁଲ
ନୂଆଦିଲ୍ଲୀ: ବିରୋଧୀ ଏକାଠି ହେଲେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଜିତିବା ଅସମ୍ଭବ। ମୁମ୍ବାଇରେ ଆୟୋଜିତ ବିରୋଧୀ ମିଳିତ ମଞ୍ଚରେ ଏକଥା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଆମେ ଏକାଠି ରହିଲେ ବିଜେପିର ହାରିବା ନିଶ୍ଚିତ। ବିଜେପିର ଜିତିବା ଅସମ୍ଭବ ହୋଇଯିବ।
ରାହୁଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ବିଜେପି ସରକାର ଭ୍ରଷ୍ଟାଚାର କରୁଛନ୍ତି। ଆଦାନୀ ଗ୍ରୁପ୍ ବିରୋଧ ସେ ନୂଆ ଅଭିଯୋଗ ଆଣିଛନ୍ତି। ଆମ ଭିତରେ ମତଭେଦ ଯେଉଁ ସବୁ ମତଭେତ ଅଛି କିନ୍ତୁ ସେସବୁକୁ ଦୂର କରାଯାଉଛି।
ଦୁଇ ଦିନିଆ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାହୁଲ। କମିଟିରେ ୧୪ ଜଣ ସଦସ୍ୟ ରହିଛନ୍ତି। ସିଟ୍ ସେୟାରିଂକୁ ନେଇ ସେମାନେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ। ଏହି ଅବସରରେ ରାହୁଲ ଅନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେହିପରି ସଭାରେ ଯୋଗଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦି ମିଛ କହି ନିର୍ବାଚନ ଜିତିଛନ୍ତି। ନିର୍ବାଚନ ପୂର୍ବରୁ ନେତାଙ୍କ ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା ହୋଇଥିବା କହିଥିଲେ। ସେସବୁ ଆଣି ୧୫ ଲକ୍ଷ ଲୋକଙ୍କ ଖାତାରେ ଡିପୋଜିଟ୍ କରାଯିବ ବୋଲି କହିଥିଲେ। ଏମିତିକି ବ୍ୟାଙ୍କ ଖାତା ବି ଖୋଲାଗଲା କିନ୍ତୁ କିଛି ମିଳିଲାନି। ଦେଶରେ ସଂଖ୍ୟାଲଘୁ ସୁରକ୍ଷିତ ନାହାନ୍ତି। ମୋଦିଙ୍କ ବିରୋଧରେ ଲଢିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ।‘