ଚର୍ଚ୍ଚାରେ ନିତିଷ

ଚର୍ଚ୍ଚାରେ ନିତିଷ

ପୁଣି ଏବେ ଚର୍ଚ୍ଚାରେନିତିଷ । ଦେଶ ରାଜନୀତିକୁ ନେଇ ଜଦି ଚର୍ଚ୍ଚା ହୁଏ ତେବେ ନିତିଷଙ୍କୁ ଅଣଦେଖା କରାଯାଇ ନପାରେ । ସରକାର ଗଢିବା ହେଉ କି ଭାଙ୍ଗିବା ନେଇ ନିତିଷଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମୀକା । କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ଏବେ କିଛି ଅଲଗା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେନିତି ଆୟୋଗ ବୈଠକ ଅନୁଷ୍ଟିତ ହୋଇଥିଲା । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଉପେକ୍ଷା ଅଭିଯୋଗ ଆଣି ବିରୋଧୀ ଦଳ ନେତାମାନେ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ମମତାଙ୍କୁ ଅପମାନ ଗ୍ରହଣୀୟ ନୁହେଁ ବୋଲି କହିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଥିଲେ ।

ନିତି ଆୟୋଗ ବୈଠକରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ସାମିଲ ହୋଇନଥିଲେ। କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ଦିଲ୍ଲୀ, ପୁଡ଼ୁଚେରି, ପଂଜାବ, ହିମାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକରେ ଅନୁପସ୍ଥିତ ରହିଥିଲେ।।ଖାଲି ସେତିକି ନୁହେଁ ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି କଥା ମଧ୍ୟ ଦେଖିବାକୁ ମିଳିଥିଲା । ବୈଠକରେ ଉପସ୍ଥିତ ରହିନଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିତି ଆୟୋଗ ବୈଠକରେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ନିତି ଆୟୋଗ ବୈଠକରେ ବିହାରରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରତିନିଧିତ୍ବ କରିଥିଲେ। ତେବେ ନୀତୀଶଙ୍କ ଏଭଳି ଅନୁପସ୍ଥିତି ପ୍ରଥମ ଥର ପାଇଁ ନୁହେଁ। ପୂର୍ବରୁ ମଧ୍ୟ ନୀତୀଶ କୁମାର ଅନେକ ଥର ନିତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି। ବିହାରର ୨ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟରୁ ୪ ଜଣ କେନ୍ଦ୍ରମନ୍ତ୍ରୀ ନିତି ଆୟୋଗ ସଦସ୍ୟ ଥିବାରୁ ସେମାନେ ବୈଠକରେ ଯୋଗ ଦେଇଛନ୍ତି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।