ଛାନିଆ କଲାଣି STAର ସ୍ପେଶାଲ ଡ୍ରାଇଭ୍

ଛାନିଆ କଲାଣି STAର ସ୍ପେଶାଲ ଡ୍ରାଇଭ୍

ରାଜ୍ୟରେ ବହୁ ସଂଖ୍ୟକ ନାବାଳକ-ନାବାଳିକା ବେଆଇନ ଭାବେ ଅତି ବିପଦଜନକ ଅବସ୍ଥାରେ ଗାଡି ଚଳାଉଛନ୍ତି। ଏ ସଂପର୍କରେ ଅଭିଭାବକ ଓ ନାବାଳକ ନାବାଳିକାଙ୍କ ସଚେତନତା ସୃଷ୍ଟି ପାଇଁ ସାରା ରାଜ୍ଯ ରେ ବ୍ୟାପକ ଚେକିଂ ଓ ବ୍ଲକିଂ କରାଯାଉଛି । କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି ଯେ ଦୁଇ ଦିନରେ 334 ଟି ମାମଲା ରୁଜୁ ହୋଇ ଥିବା ବେଳେ 138 ଟି ଗାଡି ଜବତ ହୋଇଛି। ଜବତ ଗାଡି ମାଲିକଙ୍କ ଠାରୁ 25 ହଜାର ଲେଖାଁ ଫାଇନ ଆଦାୟ କରାଯାଉଛି। ଏଥି ସହିତ ଗାଡି ଚଳାଉଥିବା ନାବାଳକ-ନାବାଳିକାଙ୍କୁ ଯେପରି 25  ବର୍ଷ ହେଲା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ନ ମିଳିବ ସେଥି ପାଇଁ ବ୍ୟବସ୍ଥା କରାଯାଉଛି। ସେହିପରି ଏଭଳି ଗାଡିଚାଳନା ଦ୍ବାରା ଦୁର୍ଘଟଣା ହେଲେ ଗାଡି ମାଲିକ ଙ୍କୁ ତିନି ବର୍ଷ ର ଜେଲ ବ୍ୟବସ୍ଥା ସହ ଗାଡି ରେଜିଷ୍ଟ୍ରେସନ 1 ବର୍ଷ ପାଇଁ ବାତିଲ କରିବାକୁ କଡା ନିୟମ କୁ କାର୍ଯ୍ୟକାରୀ କରାଯାଉଛି। ତେବେ ଆସନ୍ତାକାଲିଠାରୁ ବିନା ସୂଚନାରେ ରାଜ୍ଯ ର ବିଭିନ୍ନ ଅଂଚଳ ରେ ଅଚାନକ ଏଭଳି ଚଢାଉ କରାଯିବ ବୋଲି ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର (ଏନଫୋର୍ସମେଣ୍ଟ) ଲାଲ ମୋହନ ସେଠୀ କହିଛନ୍ତି।