ବଦଳିଲେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ
ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଲେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ବିଜୟ ପଟ୍ଟନାୟକ ଏହି ଦାୟିତ୍ୱରେ ରହିଥିବା ବେଳେ ତାଙ୍କୁ ବର୍ତ୍ତମାନ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ବିଜୟ ପଟ୍ଟନାୟକ ।କଂଗ୍ରେସ ପକ୍ଷରୁ ଏନେଇ ପ୍ରେସ ରିଲିଜ ଜାରି କରାଯାଇଛି । ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେବା ପ୍ରସ୍ତାବରେ କଂଗ୍ରେସ ସଭାପତି ମୋହର ମାରିଥିବା ପ୍ରେସ ରିଲିଜରେ ଜାରି କରାଯାଇଛି । ଆଉ ମଧ୍ୟ ପୂର୍ବରୁ ଏହି ଦାୟିତ୍ୱ ବହନ କରୁଥିବା ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଆଉ ଏକ ଗୁରୁଦାୟିତ୍ୱ ଦେଇଛି କଂଗ୍ରେସ । ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିବେ ବିଜୟ ପଟ୍ଟନାୟକ ।
ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରକୁ ଗୁରୁତ୍ୱ ଦେଉଛି । ନିର୍ବାଚନ ପ୍ରଚାରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଅଭିଜ୍ଞ ନେତାଙ୍କ ଉପରେ ଦାୟିତ୍ୱ ଦେଇଛି ଦଳ । କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ । ପୂର୍ବରୁ ବିଜୟ ପଟ୍ଟନାୟକ ଏହି ଗୁରୁଦାୟିତ୍ୱ ବହନ କରୁଥିଲେ ।
ତେବେ ଭକ୍ତ ଚରଣ ଦାସ କେବଳ ଓଡିଶା କଂଗ୍ରେସର ବରିଷ୍ଠ କିମ୍ବା ଅଭିଜ୍ଞ ନେତା ନୁହନ୍ତି ବରଂ ଜାତୀୟ ସ୍ତରରେ ବି ସେ ବେଶ ପରିଚିତ । ଜଣେ ଦଳିତ ନେତା ଭାବରେ ଓଡ଼ିଶାରେ ସେ ବେଶ ପରିଚିତ । କଳାହାଣ୍ଡିର ସାଂସଦ ଭାବେ ମଧ୍ୟ ତାଙ୍କର ଦୀର୍ଘ ବର୍ଷର ଅନୁଭୂତି ରହିଛି ।