ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କଂଗ୍ରେସ
ବିଜେଡ଼ି ଦଳରେ ଯୋଗ ଦେଇଥିବା ଏବଂ ବିଜେଡ଼ି ପକ୍ଷରୁ ନିର୍ବାଚନ ଲଢ଼ୁଥିବା ନିଜର ପୁଅଙ୍କ ସପକ୍ଷରେ ଭୋଟ ପ୍ରଚାର କରିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଥିବା କଂଗ୍ରେସ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କୁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଭଳି ଦଳ ବିରୋଧି କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂପର୍କରେ ଉତର ୨୪ ଘଂଟା ମଧ୍ୟରେ ପ୍ରଦାନ କରିବାକୁ ଶ୍ରୀ ସୁରେଶ କୁମାର ରାଉତରାୟଙ୍କୁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା ନୋଟିସ୍ ଜାରି କରିଛନ୍ତି ବୋଲି ପିସିସି ସୂତ୍ରରୁ ପ୍ରକାଶ ।




