ରାଜ୍ୟ କଂଗ୍ରେସର ନିର୍ବାଚନ ପ୍ରଚାର ପାଇଁ ଏଲ୍.ଇ.ଡ଼ି ଭ୍ୟାନ ଉଦ୍ଘାଟିତ

ରାଜ୍ୟ କଂଗ୍ରେସର ନିର୍ବାଚନ ପ୍ରଚାର ପାଇଁ ଏଲ୍.ଇ.ଡ଼ି ଭ୍ୟାନ ଉଦ୍ଘାଟିତ

ରାଜ୍ୟରେ ୨୪ ବର୍ଷର ନବୀନ ସରକାରଙ୍କ ଅସଫଳତା ଓ ୧୦ ବର୍ଷର ମୋଦୀ ସରକାରଙ୍କ ବିଫଳତା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏଲ୍.ଇ.ଡ଼ି ଭ୍ୟାନର ଉଦ୍ଘାଟନ କରାଯାଇଛି । ଘରେ ଘରେ ଉଭୟ ସରକାରଙ୍କର ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ସଂପର୍କରେ ଜନସାଧାରଣଙ୍କ ଅବଗତ କରିବା ପାଇଁ ଦଳ ପକ୍ଷରୁ ଏପରି ଏକ ଅଭିନୟ ପ୍ରୟାସ ଆରମ୍ଭ କରାଯାଇଅଛି । ଦେଶ ନିର୍ମାଣରେ କଂଗ୍ରେସର ଭୂମିକା ଅନନ୍ୟ ହୋଇଥିବାବେଳେ ବିଜେଡ଼ି ଓ ବିଜେପି ପକ୍ଷରୁ ଯେପରି ଭାବରେ କୁତ୍ସାରଟନା କରାଯାଉଛି ତା’ର ସତ୍ୟତାକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା ପାଇଁ ଦଳ ପକ୍ଷରୁ ଏହି ଏଲ୍.ଇ.ଡ଼ି ଭ୍ୟାନ ବ୍ୟବସ୍ଥା ଆପଣାଯାଇଛି । ଦେଶ ତଥା ରାଜ୍ୟର ମହିଳା, କୃଷକ, ଯୁବକ ଏବଂ ବଂଚିତ ବର୍ଗଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା କଂଗ୍ରେସର ପ୍ରମୁଖ ଦାୟିତ୍ୱ । ଦଳ ପକ୍ଷରୁ ଦିଆଯାଇଥିବା ଗ୍ୟାରେଂଟି ସଂପର୍କରେ ଜନତାଙ୍କୁ ସଚେତନ କରିବା ଓ ଉଭୟ ସରକାରଙ୍କ ଜନ ବିରୋଧି ନୀତି ବାବଦରେ ଜନସାଧାରଣଙ୍କୁ ସଜାଗ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଆଭିମୁଖ୍ୟ । ଦେଶ ଓ ରାଜ୍ୟରେ ଦେଖା ଦେଇଥିବା ବେକାରୀ ସମସ୍ୟା, ଦରଦାମ୍ ବୃଦ୍ଧି, ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉଦ୍ବେଗଜନକ ସ୍ଥିତିରେ ରହିଛି । ଏହି ଭ୍ୟାନ ରାଜ୍ୟ ରାଜଧାନୀରୁ ଆରମ୍ଭ କରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ବ୍ଲକ, ପଂଚାୟତ ଓ ୱାର୍ଡ ମାନଙ୍କୁ ଯାଇ ଉଭୟ ସରକାରଙ୍କ ଅନିତି ଓ ଭ୍ରଷ୍ଟାଚାର ସଂପର୍କରେ ଲୋକଙ୍କୁ ସଚେତନ କରାଇବା ସହିତ କଂଗ୍ରେସ ଦେଇଥିବା ଗ୍ୟାରେଂଟି ଜରିଆରେ ବିଭିନ୍ନ ବର୍ଗଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଲାଗି ଦଳ ପକ୍ଷରୁ ଏହି ବ୍ୟବସ୍ଥା ହାତକୁ ନିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଏ.ଆଇ.ସି.ସି. ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସାଂସଦ ମୀନାକ୍ଷୀ ନଟରାଜନ, ଅଖିଳ ଭାରତ କଂଗ୍ରେସ କମିଟିର ମେମ୍ବର ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କେନ୍ଦ୍ରୀୟ ସମ୍ପାଦକ ତଥା କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ, ଓଡ଼ିଶା ସହପ୍ରଭାରୀ ତଥା ଏ.ଆଇ.ସି.ସି. ସଂପାଦକ ଖ୍ରୀଷ୍ଟଫର ତିଲ୍ଲକ, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏ.ଆଇ.ସି.ସି. ଗଣମାଧ୍ୟମ ପ୍ରଭାରୀ ବବିତା ଶର୍ମା, ଏ.ଆଇ.ସି.ସି ସହପର୍ଯ୍ୟବେକ୍ଷକ ହର୍ଷବର୍ଦ୍ଧନ ସପକାଲ, ମାନିଫେଷ୍ଟୋ କମିଟି ଅଧ୍ୟକ୍ଷ - ପଂଚାନନ କାନୁନ୍ଗୋ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଉପସଭାପତି ଶିବାନନ୍ଦ ରାୟ, ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅମୀୟ ପାଣ୍ଡବ, ପବ୍ଲିସିଟି ଚେୟାରମ୍ୟାନ ସଂଜୟ ତ୍ରିପାଠୀ, ଉପସଭାପତି କିଶୋର ଜେନା, ଜନାକୀ ବଲ୍ଲଭ ପଟ୍ଟନାୟକ, ମୁଖପାତ୍ର ମନୋରଞ୍ଜନ ଦାସ, ୱାର ରୁମ୍ ସହ ଅଧ୍ୟକ୍ଷ ଲଲାଟେନ୍ଦୁ ଶତପଥି, ସାଧାରଣ ସମ୍ପାଦକ ତରୁଣକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତାରାୟ, ଚିନ୍ମୟ ସୁନ୍ଦର ଦାସ, ସାରଦ ପ୍ରସାଦ ପ୍ରଧାନ ଓ ମୁଖପାତ୍ର ରଜନୀ ମହାନ୍ତି, ସୋନାଲୀ ସାହୁ ଓ ଅପର୍ଣ୍ଣାଧିର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।