ବୋଲଗଡ଼ ବ୍ଲକରେ କଂଗ୍ରେସର ପ୍ରଚାର
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ଏବଂ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୀ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ବୋଲଗଡ଼ ବ୍ଲକର ବିଭିନ୍ନ ଅଂଚଳ ବୁଲି ଭୋଟରଙ୍କୁ ଭୋଟ ଦେବାପାଇଁ ନିବଦେନ କରିଥିଲେ । ସେମାନେ ନାଉପଡ଼ା, ଗୋଡ଼ଭଙ୍ଗା ଗୋବର୍ଦ୍ଧନପୁର, କରାଙ୍ଗ, ମାଣିକାଗୋଡ଼ା, ଟାଙ୍ଗିସାହି, ଫାସିପଦା, ଭୀମପଡ଼ା, କପାସିଆ, ଡାବରଧୁଆପାଟଣା, ବୋଲଗଡ଼, ଅସଲପଲ୍ଲି, ଅରଖପଲ୍ଲି, ଖଳିପାଟଣା, ସଁପୁର, ଖଙ୍ଗୁରିଆ, ଫିରି ଫିରାପାଟଣା ପ୍ରମୁଖ ଅଂଚଳ ବୁଲି ଜନ ସମର୍ଥନ ଲୋଡ଼ିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ସଂଜୟ ସୁବୁଦ୍ଧି, ନିହାର ବେହେରା, ସାଗର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।




