ଭାଇା ଚାରାର ସହର କଟକ

ଭାଇା ଚାରାର ସହର କଟକ

ଭାଇା ଚାରାର ସହର କଟକ, ମାତ୍ର ଦୁଃଖ ଓ ପରିତାପର ବିଷୟ ଏହି ଯେ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ କଟକର ବସ୍ତି ଅଞ୍ଚଳରେ ରହୁଥିବା ଭୂମିହୀନ ଗରିବ ଲୋକମାନଙ୍କର ରହୁଥିବା ଘର ଗୁଡିକୁ ଭାଙ୍ଗି ଦିଆଯାଉଛି । ମାତ୍ର ଧନୀ ଓ ପ୍ରତିପତ୍ତି  ଥିବା ଲୋକମାନେ ମଧ୍ୟ ସରକାରୀ ଜାଗାରେ ଘର ତିଆରି କରି ଜୋର ଜବରଦସ୍ତ ରହୁଛନ୍ତି ଏବଂ ମୁଖ୍ୟ ରାସ୍ତାକୁ ମାଡି ବସି ବ୍ୟବସାୟ ଓ ଘର ଆଦି କରିଛନ୍ତି। ସେମାନଙ୍କ ଉପରେ ସରକାରଙ୍କର ଆଦେଶ ନଚଳାଇ ଏହି ଗରିବ ଲୋକଙ୍କ ପ୍ରତି ଏପରି ନିଷ୍ଠୁରତା ଆଚରଣ କରାଯାଉଛି। ଏଣୁ ଏହାର ପ୍ରତିବାଦରେ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସିଡିଏ- ୧୧ ବିରେନ୍ ମିତ୍ର ପାର୍କ ମଧ୍ୟରେ ହୋଇ ଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ୍ ଓ ସମାଜସେବୀ ଶଶଧର ପଣ୍ଡା ,ଶ୍ରମିକ ନେତା ଉତ୍କଳ ଭୁଷଣ ରାଉତରାୟ, ବରିଷ୍ଠ ସମାଜସେବୀ ଧରଣୀ ପଟ୍ଟନାୟକ, ଶିକ୍ଷାବିତ୍ ନିତ୍ୟାନନ୍ଦ ମିଶ୍ର  ନକୁଳ ମହାରଣା,  ପ୍ରମୁଖ ଉପସ୍ଥିତ ହୋଇ ସରକାରୀ ଜମିରେ ଘର ଓ ଦୋକାନ କରି ଜୀବନ ଜୀବିକା ନିର୍ବାହ କରୁଥିବା ଗରୀବ ଲୋକଙ୍କ ଘର ଓ ଦୋକାନ ନ ଭଙ୍ଗା ଯାଇ ଅନ୍ତତ ବର୍ଷାଦିନ ସରିବା ପର୍ଯ୍ୟନ୍ତ ସମୟ ଦିଆଯାଉ ଏବଂ ସେମାନଙ୍କୁ ଥଇଥାନ କରାଯାଉ ବୋଲି କହିଥିଲେ।