ପ୍ରକୃତି ରଚୁଛି ତାଣ୍ଡବ 

ପ୍ରକୃତି ରଚୁଛି ତାଣ୍ଡବ 

କେରଳ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ସରୁନି ବିଭୀଷିକ ପରର କରୁଣ କାହାଣୀ। ସବୁଠି ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ୱାୟନାଡରେ ମାଟି ତଳୁ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି ଯବାନ ଓ ରେସ୍କ୍ୟୁ ଟିମ। ୱାୟନାଡ ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୩୫୮ଛୁଇଁଲା । ଏବେବି ୩ ଶହରୁ ଅଧିକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ୨୩ ହୋଇଥିବାବେଳେ ୪୭ ଜଣ ନିଖୋଜ ଅଛନ୍ତି। ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୮ ହୋଇଥିବାବେଳେ ନିଖୋଜ ଅଛନ୍ତି ପ୍ରାୟ ୫୦ ଜଣ।ସେପଟେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଜାରି ରହିଛି ଉଦ୍ଧାର କାର୍ୟ୍ୟ। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ୟ୍ୟରେ ବାଧା ଉପୁଜିଛି। ଶହ ଶହ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ସୂଚନା ରହିଛି । ବିପନ୍ନଙ୍କୁ ଉଦ୍ଧାର କାର୍ୟ୍ୟ ଯାରିରଖିଛନ୍ତି ଯବାନ। ଡ୍ରୋନଭିତ୍ତିକ ରାଡାର ଜରିଆରେ ଚାଲିଛି ସର୍ଚ୍ଚ ଅପରେସନ। ବାୟୁସେନା ସମେତ ବିଭିନ୍ନ ବାହିନୀର ଯବାନ ଚଳାଇଛନ୍ତି ଉଦ୍ଧାର କାର୍ୟ୍ୟ।