କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ହର ଘର ତ୍ରୀରଙ୍ଗା
କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରରିଥିବା ଏହି ରାଲିକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏସଏଚଜି ଗ୍ରୁପର ମହିଳାଙ୍କ ସହ ବିଭିନ୍ନ ସ୍କୁଲର ପିଲାମାନେ ସାମିଲ ହୋଇଛନ୍ତି ହର ଘର ତ୍ରିରଙ୍ଗା ରାଲି ରେ। ଏକ ସୁସଜ୍ଜିତ ଗାଡି ଆଗରେ ଥିବା ବେଳେ ହାତରେ ତ୍ରିରଙ୍ଗା ପତାକା ଧରି ସ୍କୁଲ ପିଲାମାନେ ରାଲିରେ ସ୍ୱରାଜ ଆଶ୍ରମ, ନିମଚଉଡି ହୋଇ DRDA ଅଫିସ ଯାଏ ଆସିଥିଲେ। ଏହି ଅବସରରେ ଲୋକଙ୍କ ମନରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ସହ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ।