ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ

ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଅଣାୟତ୍ତ ହୋଇ ଚାଲିଛି। ଆଜି ଆଉ ଅଞ୍ଚଳକୁ ଡେଙ୍ଗୁ ଛୁଇଁଛି। ଏହାକୁ ମିଶାଇ ୧୯୦ ଅଞ୍ଚଳ ଡେଙ୍ଗୁ କବ୍‌ଜାକୁ ଯାଇଛି। ସେପଟେ ଆଜି ଗୋଟିଏ ଦିନରେ ୨୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱରେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଗଲାଣି ସରକାରୀ ଭାବେ ସଂଖ୍ୟା ସାଢେ ହଜାର ପାର କଲାଣି ଏହି କ୍ରମରେ ଆଜି ବୁଧେଶ୍ୱରୀ କଲୋନୀ, କଟକରୋଡ, ରାମମନ୍ଦିର ଅଞ୍ଚଳକୁ ଡେଙ୍ଗୁ ଛୁଇଁଛି ଏହି ଅଞ୍ଚଳ ନୂଆ କରି ତାଲିକାରେ ସାମିଲ ହୋଇଛନ୍ତି  

କ୍ୟାପିଟାଲ ହସ୍ପିଟାଲ, ନୂଆପଲ୍ଲୀ ପଟିଆରୁ ୧୧୬୩ ରୋଗୀଙ୍କ ରକ୍ତନମୁନା ସଂଗ୍ରହ କରାଯାଇଥିଲା ସେଥିରୁ ୨୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଅର୍ଥାତ ଟେଷ୍ଟ ପଜିଟିଭ ହାର ୧୭ ପ୍ରତିଶତ ରହିଛି କେବଳ ସେପ୍ଟେମ୍ବର ମାସ ୧୪ ତାରିଖ ସୁଦ୍ଧା ୧୪୦୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଶହ ଶହ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି