ଆଜି ରାଜ୍ୟରୁ ୯୪୫ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରୁ ୯୪୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱ : ରାଜ୍ୟରେ ପୁଣି ଉପରମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୫୩ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୩୯୨ । ଆଜି ଚିହ୍ନଟ ହେଶଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୧୦ଜଣ ରହିଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୫, ବରଗଡରୁ ୯, ଭଦ୍ରକରୁ ୬, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୨, କଟକରୁ ୭୫, ଦେବଗଡରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୯, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୩, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୨, ଖୋର୍ଦ୍ଧାରୁ ୩୭୧, କୋରାପୁଟରୁ ୬, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡରୁ ୨୭, ନୂଆପଡାରୁ ୭, ପୁରୀରୁ ୨୦, ରାୟଗଡାରୁ ୧୫, ସମ୍ବଲପୁରରୁ ୫୩, ସୋନପୁରରୁ ୩୭, ସୁନ୍ଦରଗଡରୁ ୧୦୩, ରାଜ୍ୟପୁଲରୁ ୭୬ ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦୮୭୩କୁ ବୃଦ୍ଧି ପାଇଛି । ଆଜି ୫୩୯ଜଣ କରୋନା କବଳରୁ ମୁକ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୮୫ହଜାର ୩୭୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ କରୋନାଜନିତ ସକ୍ରିୟ ମାମଲା ରହିଛି ୬ହଜାର ୩୧୬ ।