ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏସବୁ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଯୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଗସ୍ତ ବେଳେ ସେଠାକାର ଜମି ସମସ୍ୟା ଓ ଅନ୍ତେବାସୀଙ୍କ ଆବଶ୍ୟକତା ପୁରଣ ପାଇଁ ଲୋକେ ଦାବି କରିଥିଲେ । ସେହିପରି ଅନୁଗୁଳ ବଅଁରପାଳ ବ୍ଲକର ତୁରାଙ୍ଗ ପଂଚାୟତରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ କାଉନସିିଲିଂ ପାଇଁ ପାଇଁ ମମତା ଗୃହ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି । ଏଥିସହ ତାଳଚେର ବ୍ଲକର କନ୍ଧବରେଣି ଗାଁରେ ଏମସିଏଲ ପାଇଁ ବାୟୁ , ଜଳ ଓ ଶବ୍ଦ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟପାଙ୍କୁ ଲୋକେ ଅନୁରୋଧ କରିଥିଲେ । ଖଣି ଖନନ ପାଇଁ ସେଠାରେ ଜଳସ୍ତର ମଧ୍ୟ କମୁଛି । ଏହା ସହ ହାତୀ ଆକ୍ରମଣରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ ଲୋକେ ।

କନ୍ଧବାରେଣୀରେ ଥିବା ଆଶ୍ରମରେସ୍କୁଲରେ ଦଶମ ଶେଣ୍ରୀ ପର୍ୟ୍ୟନ୍ତ ଖୋଲିବା ସହ ହଷ୍ଟେଲରେ ଅଧିକ ପିଲା ରହିବା ବ୍ୟବସ୍ଥା ଏବଂ ଅଧିକ ଶିକ୍ଷକ ନିଯୁକ୍ତ କରିବାକୁ ଲୋକେ ଦାବି କରିଥିଲେ । ସେହିପରି ଅନୁଗୁଳରେ ଥଇôବା ବାଜି ରାଉତ ଛାତ୍ରବାସରେ ଚଳାଇବା ପାଇଁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ଲୋକେ ଦାବି କରିଥିବା ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।