ବିଜେଡ଼ି ଛାଡ଼ି କଂଗ୍ରେସରେ ମିଶିଲେ କେନ୍ଦୁଝରର ଦୁଇ ପୂର୍ବତନ ସାଂସଦ

ବିଜେଡ଼ି ଛାଡ଼ି କଂଗ୍ରେସରେ ମିଶିଲେ କେନ୍ଦୁଝରର ଦୁଇ ପୂର୍ବତନ ସାଂସଦ

ଭୁବନେଶ୍ୱର, ତା. ୧୫/୦୩ ରିଖ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ୱାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ୨୦୦୯ ରୁ ୨୦୧୪ କେନ୍ଦୁଝର ସଂସଦୀୟ କ୍ଷେତ୍ରର ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରି ଏବଂ ୨୦୧୪ ରୁ ୨୦୧୯ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀ ବିଧିବଦ୍ଧ ଭାବେ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଛନ୍ତି ବୋଲି ଉଭୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏବେ ବିଜୁ ଜନତା ଦଳ ଏକ ରାଜନୈତିକ ଦଳର ସଂଜ୍ଞା ହରାଇ ବସିଛି । ଓଡ଼ିଶାରେ ଓଡ଼ିଆ ମାନଙ୍କ ଆତ୍ମ ସମ୍ମାନ ଓ ସ୍ୱାଭିମାନ କ୍ଷୁର୍ଣ୍ଣ ହେଉଛି, ଅଣ ଓଡ଼ିଆଙ୍କ କବ୍ଜାରେ ଏବେ ବିଜେଡ଼ି ଓ ରାଜ୍ୟ ସରକାର । କଂଗ୍ରେସର ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ଲଢ଼େଇରେ ଆମେ ସାମିଲ ହୋଇ ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାର ପାଇଁ କାର୍ଯ୍ୟ କରିବୁ ବୋଲି ଉଭୟ କଂଗ୍ରେସ ଦଳରେ ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ମୁଖ୍ୟ ମିନାକ୍ଷୀ ନଟରାଜନ୍, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନ୍ଗୋ, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ପିସିସି ଗଣମାଧ୍ୟମ ବିଭାଗର ପ୍ରଭାରୀ ବବିତା ଶର୍ମା, ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି- ୟାସିର ନୱାଜ, ସେବାଦଳ ମୁଖ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।