ଆଜି ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ପାରା । ଭୁବନେଶ୍ୱରରେ ୩୨.୨ ଡିଗ୍ରୀ। ୩୧ ଡିଗ୍ରୀ ଉପରେ ୧୫ସହର ।

ଆଜି ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ପାରା । ଭୁବନେଶ୍ୱରରେ ୩୨.୨ ଡିଗ୍ରୀ। ୩୧ ଡିଗ୍ରୀ ଉପରେ ୧୫ସହର ।

ଆଜି ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ପାରା । ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୩୪ ଦଶମିକ ୨, ରାଉରକେଲାରେ ୩୩ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଛି । ଚାନ୍ଦବାଲିରେ ୮, ବାରିପଦା, କେନ୍ଦୁଝର, କଟକ, ଝାରସୁଗୁଡ଼ା ଓ ବାଲେଶ୍ୱରରେ ପାରଦ ୩୩ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୩୨ ଦଶମିକ ୪, ଭୁବନେଶ୍ୱର ଓ ତାଳଚେରରେ ୩୨ ଦଶମିକ ୨, ଭଦ୍ରକ, ନୂଆପଡ଼ା ଓ ଜଗତସିଂହପରେ ୩୧ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଧିକ ।