ଅନଶନରେ ବସିଲେ ପିହୁର ମାଆ

ଅନଶନରେ ବସିଲେ ପିହୁର ମାଆ

ଯାଜପୁର: ଯାଜପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ନିଖୋଜ କୁନି ଝିଅ ପିହୁ ମା’ଙ୍କ ଆମରଣ ଅନଶନ । ୩ ବର୍ଷରୁ ଅଧିକ ସମୟ ଧରି ନିଖୋଜ ରହିଛି କୁନି ଝିଅ ପିହୁ । ପୋଲିସ ଓ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି ଏଯାଏଁ ଝିଅର ପତ୍ତା ମିଳୁନି । ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ମୋନାଲିସା ନାୟକଙ୍କ ଅଢ଼େଇ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଛି । ଏନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପିହୁର ପରିବାର ଲୋକ । ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୋଲିସ । ପିହୁକୁ ଖୋଜି ପାଇବାରେ ପୋଲିସ ବିଫଳ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଅମରଣ ଅନଶନରେ ବସିଛନ୍ତି ପିହୁର ମା’ ।