ପ୍ରଦେଶ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପ୍ରଦେଶ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର ତା. ୯.୮- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭାରତୀୟ ଯୁବ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ର କଂଗ୍ରେସ ଭବନ ପରିସରରେ ଯୁବ କଂଗ୍ରେସର ପତାକା ଉତୋଳନ କରିଥିଲେ । ଏହି ଅବସରରେ ରଞ୍ଜିତ ପାତ୍ରଙ୍କ ଆବାହକ୍ୱତରେ ମାଷ୍ଟରକ୍ୟାଂଟିନ ଛକରେ ବୃକ୍ଷ ରୋପଣ ଏବଂ ଚାରାବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାସ୍ତାରେ ଯାଉଥିବା ଲୋକେ ବିଭିନ୍ନ ଗଛର ଚାରା ଶ୍ରଦ୍ଧାରେ ଗ୍ରହଣ କରୁଥିଲେ । 
ଏହି ଅବସରରେ ରଞ୍ଜିତ ପାତ୍ର କହିଛନ୍ତି ଯେ ଯୁବ କଂଗ୍ରେସ ୧୯୪୭ ମସିହା ପରଠାରୁ ୧୯୬୦ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଭାଗ ଭାବରେ କାର୍ଯ୍ୟ କରୁଥିଲେ । ଲୌହମାନବୀ ଇନ୍ଦିରା ଗାନ୍ଧୀ ଯୁବ କଂଗ୍ରେସକୁ ଏକ ନୂତନ ଦିଶା ଦେଇଥିଲେ । ଏହାକୁ ଦଳର ଏକ ପ୍ରମୁଖ ଛାମୁଆ ସଂଗଠନ ଭାବରେ ଗ୍ରହଣ କରାଗଲା । ବ୍ୟାପକ ଭାବରେ ସମାଜ ସେବା କରିବା ହିଁ ଏହି ସଂଗଠନର ମୁଖ୍ୟ ଉଦେ୍ଦଶ୍ୟ । ଜନନାୟକ ରାହୁଲ ଗାନ୍ଧୀଙ୍କ ଦିଗଦର୍ଶନରେ ୨୦୦୭ ମସିହା ପରଠାରୁ ଯୁବ କଂଗ୍ରେସ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନାର ସହ କାର୍ଯ୍ୟକରୁଛି । 
ଆମର ପିୟ ନେତା ତଥା ଭାରତୀୟ ଯୁବ କଂଗ୍ରେସର ସମ୍ମାନନୀୟ ସଭାପତି ଶ୍ରୀ ବିଭି ଶ୍ରୀନିବାସଙ୍କ ନେତୃତ୍ୱରେ ସାରା ଦେଶରେ ଯୁବ କଂଗ୍ରେସ ଯୁବକ ମାନଙ୍କର ସମସ୍ୟା ଓ ସାଧାରଣ ଜନତାର ସମସ୍ୟାର ସମାଧାନ ପାଇଁ ଅବିଶ୍ରାନ୍ତ ଭାବରେ କାର୍ଯ୍ୟକ୍ରମ କରୁଛି । କରୋନା ମହାମାରୀ ସମୟରେ ଶ୍ରୀ ଶ୍ରୀନିବାସ ଯେଉଁଭଳି ଭାବରେ କରୋନୀ ପୀଡ଼ିତ ମାନଙ୍କୁ ଯୁବ କଂଗ୍ରେସର ସାହାଯ୍ୟ ଓ ସେବା ଯୋଗାଇ ଦେଇଥିଲେ ତାହାକୁ ଏ ଦେଶବାସୀ କେବେ ଭୁଲିପାରିବେ ନାହିଁ । ଅନ୍ୟପକ୍ଷରେ ସମ୍ବିଧାନପ୍ରତି ଆକ୍ରମଣ, ଗଣତନ୍ତ୍ରକୁ ଦୁର୍ବଳ କରିବାପାଇଁ ଚକ୍ରାନ୍ତ, ଦରଦାମ ବୃଦ୍ଧି, ଉକôଟ ବେକାରୀ, ଦାରିଦ୍ର୍ୟ, ନାରୀ ନିର୍ଯ୍ୟାତନା, ପ୍ରଶ୍ନପତ୍ର ପ୍ରଘଟ ତଥା କ୍ଷମତାସୀନ ସରକାରଙ୍କ ସ୍ୱେଚ୍ଛାଚାର ଏବଂ କୁଶାସନ ବିରୁଦ୍ଧରେ ଯୁବ କଂଗ୍ରେସ ନିରନ୍ତର ଲଢ଼େଇ କରିଆସୁଛି । ସାଧାରଣ ଜନତାର ସେବାରେ ଯୁବ କଂଗ୍ରେସର ସମସ୍ତ ଶକ୍ତି ଓ ସଂଗ୍ରାମ ସମର୍ପିତ । 
ଓଡ଼ିଶାରେ ମଧ୍ୟ ଯୁବ କଂଗ୍ରେସ କ୍ରମାଗତ ଭାବେ ଓଡ଼ିଶାର ବେକାରୀ ସମସ୍ୟା, ଚାଷୀ ସମସ୍ୟା, ଦୁର୍ନୀତି ଓ ଭ୍ରଷ୍ଟାଚାର, ସରକାରୀ ଚାକିରୀ ବିକ୍ରି ବିରୁଦ୍ଧରେ ସଂଗ୍ରାମ କରୁଛି । ଯୁବ କଂଗ୍ରେସ ଏବେ ଏକ ସଂଗଠନ ନୁହେଁ ଏକ ଜନ ଆନେ୍ଦାଳନରେ ପରିଣତ ହୋଇଛି । ରାଷ୍ଟ୍ରର ମଙ୍ଗଳ ପାଇଁ ଏହି ସଂଗଠନ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛି । ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ କ୍ରାନ୍ତି ଦିବସ ବା ଭାରତ ଛାଡ଼ ଆନେ୍ଦାଳନ ଦିବସ ପାଳନ କରାଯାଇଥିଲା । 
ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ନିହାର ବେହେରା, ସୁଦୀପ ସାମଲ, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ରାହୁଲ ମହାନ୍ତି, ବଳରାମ ନନ୍ଦ, ମୋହନ ନାୟକ, ନଳିନୀକାନ୍ତ ନାୟକ, ମହମ୍ମଦ ପରଭେଜ, ବଟକୃଷ୍ଣ ରାଉତରାୟ, ତୁଷାରକାନ୍ତ ତପସ୍ୱୀ, ସୁରଜ ରାଉତ, ବିଭୁପ୍ରସାଦ ଜେନା, ବାଦଲ ନାୟକ ଓ ଗୁଣନିଧି ବସ୍ତିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।