ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ; ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । ଏହି କ୍ରମରେ ପୂର୍ବ ସୂଚୀ ମୁତାବକ ସୋମବାର ଲୋକସେବା ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ୩ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାବେଳେ ସେମାନଙ୍କୁ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି । ତଦନୁଯାୟୀ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରଦାନ କରାଯାଇଛି ।
ସୁଦାମ ମାରାଣ୍ଡିଙ୍କ ମୟୂରଭଞ୍ଜ ଜିଲ୍ଲାରେ ସାଙ୍ଗଠନିକ ଦକ୍ଷତା ଥିବା ବେଳେ ଆଦିବାସୀ ସମ୍ପ୍ରଦାୟ ଭିତରେ ପ୍ରଭାବ ରହିଛି । ବିଭିନ୍ନ ସମୟରେ ସ୍ୱାଧୀନ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଓ ବିଜେଡିରୁ ଜିତି ଦକ୍ଷତା ପ୍ରମାଣିତ କରିଛନ୍ତି । କ୍ରୀଡ଼ା ଓ ଯୁବବ୍ୟାପାର, ଅନୁସୂଚିତ ଜାତି ଓ ଜନଜାତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ହୋଇଥିଲେ । ମୟୂରଭଞ୍ଜରୁ ଶ୍ରୀ ମାରାଣ୍ଡିଙ୍କୁ ମନ୍ତ୍ରୀ କରି ବିଜେଡି ସ୍ଥିତି ମଜବୁତ୍ କରିବାକୁ ଆଶା କରିଛି ।